ଗଜଲକ୍ଷ୍ମୀ ପୂଜାରେ ଗଜ ମଡ଼କ: ଗୋଟିଏ ଦିନରେ ତିନି ମୃତ

Advertisment
ଜଙ୍ଗଲର ଜଳାଶୟ ଶୁଖିଲା: ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢ଼ିଲା

International Fund for Animal Welfare

ପାଳଲହଡ଼ାରେ ଗୁଳି, କଣିହାଁରେ ବିଦ୍ୟୁତ୍‌ ଫାଶ!
ମଣିଷ ମାରିଥିଲା, ନିଜେ ମଲା

କଣିହାଁ/ଢେଙ୍କାନାଳ/ଗଁଦିଆ : ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପଡ଼ିଛି ହାତୀ ମଡ଼କ। ଗୋଟିଏ ଦିନରେ ଆଜି ଯାଇଛି ତିନି ଦନ୍ତା ହାତୀଙ୍କ ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇଟି ହାତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡରେ ଅସୁସ୍ଥ ଦନ୍ତା ଆଖି ବୁଜିଛି। ଗଜଲକ୍ଷ୍ମୀଙ୍କ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଘଟଣା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ରେଞ୍ଜ ଜୋକପାଣି ଗାଁ ଠାରୁ ପ୍ରାୟ ୨ କି.ମି. ଦୂର କୋହ୍ଲସାହି ଜଙ୍ଗଲ ନିକଟ ଏକ ଧାନକିଆରିରେ ଆଜି ଏକ ଦନ୍ତାହାତୀ ମରି ପଡ଼ିଥିଲା। ଦନ୍ତାହାତୀର ମୁଣ୍ଡ ଏବଂ ବେକ ମଝିରେ ଗାତ ହୋଇ ଘା ହୋଇଯାଇଥିବା ବେଳେ ସେଥିରେ ପୋକ ସାଲୁବାଲୁ ହେଉଥିଲେ। ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ପାଳଲହଡ଼ା ରେଞ୍ଜର ଦୁର୍ଯ୍ୟୋଧନ ଜେରାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦନ୍ତାର ଦାନ୍ତ ସୁରକ୍ଷିତ ଥିବାବେଳେ ଘା କେମିତି ହେଲା ବୋଲି ପ୍ରଶ୍ନ ଉଠିଛି। ସମ୍ଭବତଃ ହାତୀକୁ କେହି ଗୁଳି, କିମ୍ବା ବିଷାକ୍ତ ତୀର ମାରିଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ଶ୍ରୀମତୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

publive-image

ଦ୍ବିତୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜରେ। ଏନଟିପିସି-କଣିହାଁଠାରୁ ପ୍ରାୟ ୫ କିଲୋମିଟର ଦୂର କମରେଇ ଡିହତଇଳା ଜଙ୍ଗଲରେ ପ୍ରାୟ ୪୦ ବର୍ଷ ବୟସ୍କ ଏକ ଦନ୍ତା ହାତୀର ମୃତ ଦେହ ଚିହ୍ନଟ ହୋଇଥିଲା। ହାତୀ ଦେହରେ ଏକ ବିଦ୍ୟୁତ୍‌ ତାର ଲାଗିଛି। ଗତକାଲି ଏହି ହାତୀଟି ସ୍ଥାନୀୟ ଏକଘରିଆରେ ମର୍ଣ୍ଣିଂୱାକ୍‌ କରୁଥିବା ଯୋଗେଶ ଦେବତା ନାମକ ଜଣେ ବ୍ୟକ୍ତିଙ୍କୁ ଦଳି ମାରି ଦେଇଥିଲା। ଆଜି ଭୋର୍‌ରୁ ସେହି ହାତୀ କମରେଇ ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା କଣିହାଁ ରେଞ୍ଜର ନୀଳମଣି ଦେହୁରୀ ପ୍ରକାଶ କରିଛନ୍ତି। ଏହି ବିଦ୍ୟୁତ୍‌ ଫାଶ ବାର୍‌ହା ଶିକାର ପାଇଁ ବିଛାଯାଇଥିଲା। ଯାହା ଦନ୍ତାହାତୀକୁ ମରଣ ମୁହଁକୁ ଠେଲି ଦେଇଛି ବୋଲି ଶ୍ରୀ ଦେହୁରୀ ‘ସମ୍ବାଦ’କୁ କହିଛନ୍ତି।

ତୃତୀୟ ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡରେ। ଷଡ଼ଙ୍ଗୀ ରେଞ୍ଜ ଧନିଆନାଳି ଜଙ୍ଗଲରେ ପ୍ରାୟ ୭ ବର୍ଷ ବୟସ୍କ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଥିଲା। ହାତୀର ଡାହାଣ ପଟ ପଛଗୋଡ଼ର ଖଞ୍ଜା ଭାଙ୍ଗିଥିବା ବେଳେ ଡାହାଣପଟ ଆଗ ଗୋଡ଼ରେ ଗୋଟିଏ ଘା ହୋଇଥିଲା। ଗତ ୪ ଦିନ ହେବ ହାତୀଟି ଅଧିକ ଅସୁସ୍ଥ ହେବାରୁ ସେ ଚଲାବୁଲା କରିବାକୁ ଅକ୍ଷମ ହୋଇଥିଲା। ସାତକୋଶିଆ ଏବଂ କୋଲକାତାରୁ ବିଶେଷଜ୍ଞ ଆସି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଆଜି ସକାଳେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିଲା। ହାତୀଟି ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାତୀର ଦୁଇଟି ଛୋଟ ଦାନ୍ତ ଉଦ୍ଧାର କରାଯାଇ ଷଡ଼ଙ୍ଗୀ କାର୍ଯ୍ୟାଳୟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe