ଧାନ ଫସଲ ନଷ୍ଟ କଲେ ହାତୀ

Advertisment
ଧାନ ଫସଲ ନଷ୍ଟ କଲେ ହାତୀ

ଚମ୍ପୁଆ: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ହାତୀପଲ ଚମ୍ପୁଆ ଅଞ୍ଚଳରେ ପ୍ରବେଶ କରି ଧାନ ଫସଲ ନଷ୍ଟ କରିଛନ୍ତି। ଦୁଇଦିନ ତଳେ ଏକ ୧୨ଟିକିଆ ହାତୀପଲ ବଡ଼ବିଲ ପଟୁ ବାସୁଦେବପୁର, ରାମଚନ୍ଦ୍ରପୁର, ସୁନାପଶି, କଶିରା, ବସିରା ଦେଇ ଆସି କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଥିଲେ।

ସେହିଦିନ ରାତିରେ କସିରା, ରଜିଆ, ପତଳା, ଟୁଣୁଟୁଣା ଦେଇ ମୟୂରଭଞ୍ଜ ଜିଲ୍ଲାକୁ ଚାଲି ଯାଇଥିଲେ। ଗତକାଲି ରାତିରେ ପୁଣି ଉକ୍ତ ହାତୀପଲ ବୈତରଣୀ ନଦୀ ପାର ହୋଇ କାଟୁଲିକନା ଗ୍ରାମରେ ପଶି ୨ ଏକରରୁ ଅଧିକ ଧାନ ଫସଲ ମାଡ଼ିଦଳି ନଷ୍ଟ କରିଛନ୍ତି। ଗ୍ରାମର ପଦ୍ମଲୋଚନ ମହାନ୍ତ, ନୁତୁମଣି ମହାନ୍ତ, ଡମ୍ବରୁ ମହାକୁଡ଼, ଯୁବରାଜ ମହାନ୍ତ, ନାକଫୋଡ଼ି ମହାରଣା, ରାମଚନ୍ଦ୍ର ମହାରଣା, ଅମୃତ ମହାନ୍ତ, ବିକାଶ ମୁଣ୍ଡା, ମାଘୁ ସିଂ, ନଦିନ ମୁଣ୍ଡା ଏବଂ ନାଡୁ ମୁଣ୍ଡାଙ୍କ ଜମିର ଫସଲ ନଷ୍ଟ ହୋଇଛି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe