Advertisment

ନର୍ସରିର ୬ ହଜାର ଚାରା ନଷ୍ଟ କଲେ ହାତୀ

Advertisment
ନର୍ସରିର ୬ ହଜାର ଚାରା ନଷ୍ଟ କଲେ ହାତୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଏକ ୧୪ ଘରିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଚାରା ପ୍ରସ୍ତୁତି କେନ୍ଦ୍ର(ନର୍ସରି)ର ୬ ହଜାର ଚାରା ମାଡ଼ି ନଷ୍ଟ କରିଛନ୍ତି। ସୋମବାର ଭୋର୍‌ରେ ଲାଞ୍ଜିଗଡ଼ ଫରେଷ୍ଟଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭୂତି ଭୂଷଣ ନାଏକ, ଏଲିଫେଣ୍ଟ ସ୍କ୍ବାଡ୍ ସାଣ୍ଡରୁ ମାଝୀ ଓ ଅନ୍ୟମାନେ ନର୍ସରିକୁ ଯାଇ କ୍ଷୟକ୍ଷତି ଦେଖି ଲାଞ୍ଜିଗଡ଼ ଫରେଷ୍ଟର ସୁରେଶ ରାଉତଙ୍କୁ ଜଣାଇଥିଲେ।

ଶ୍ରୀ ରାଉତ ନର୍ସରିକୁ ଆସି ପ୍ରାୟ ୬ ହଜାର ଚାରା ହାତୀପଲ ନଷ୍ଟ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ୧୪ ଘରିଆ ହାତୀପଲ ବର୍ତ୍ତମାନ ଟାଙ୍ଗନକନା ଦେଇ ବିଶ୍ୱନାଥପୁର ବନ ବିଭାଗ ଅଧୀନରେ ଥିବା ହାତୀଶାଳ ପିଆଇଏଫ୍‌କୁ ଯାଇଥିବା ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀପଲର ଗତିବିଧି ଉପରେ ନଜର ରଖିବା ସହ ଅଞ୍ଚଳରେ ଏଲିଫେଣ୍ଟ ସ୍କ୍ବାଡ୍‌କୁ ସଜାଗ ରଖାଯାଇଛି ବୋଲି ଫରେଷ୍ଟର ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe