ଗଭୀର ଗାତରେ ଫସିଲେ ଦୁଇ ଗଜରାଜ; ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ଜାରି

Advertisment
ଗଭୀର ଗାତରେ ଫସିଲେ ଦୁଇ ଗଜରାଜ; ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ଜାରି

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଅଁରପାଳ ଗାଁରେ ଥିବା ଏକ ଗଭୀର ଖାତରେ ଦୁଇ ଗଜରାଜ ଗଳି ପଡ଼ିଛନ୍ତି। ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଦୁଇ ଦନ୍ତା ଗଭୀର ଖାତରେ ଫସି ରହିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ମଧ୍ୟ ବନ ବିଭାଗ ଦୀର୍ଘ ସମୟ ପରେ ବିଳମ୍ବରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଅନ୍ଧାର ଭିତରେ ଦୁଇଟି ଜେସିବି ମେସିନ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁଇ ଦନ୍ତା ଭିତରେ ଏକ ଛୁଆ ଥିବା ଦେଖିବାକୁ ମିଳିଛି ।

ତେବେ ଡିହଡୋଳ ଫରେଷ୍ଟ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରତିଦିନ କିଛି ନା କିଛି ଅଘଟଣ ସାମ୍ନାକୁ ଆସୁଛି । ଏଥିପ୍ରତି ସ୍ଥାନୀୟ ବନ ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି । ଦିନ ବେଳା ଦୁଇଟି ଦନ୍ତା ହାତୀ ଖାତରେ ପଡିଲେଣି ମାତ୍ର ଉଦ୍ଧାର କାର୍ଯ୍ୟ ରାତିରେ ହେଉଛି,  ଯାହା ବନ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ବର୍ଷର ସବୁ ସମୟରେ ପ୍ରାୟ ଶତାଧିକ ହାତୀ ପଲ ରହି ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି । ମାତ୍ର ବନ ବିଭାଗର ଅପାରଗତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଓ ଧନ ସମ୍ପତ୍ତି ନଷ୍ଟ ହେଉଛି । ତେବେ ଉଭୟ ହାତୀ ଓ ମଣିଷକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଅସଫଳ ହୋଇଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe