ପୁଣି ପଶିଲେ ହାତୀପଲ: ଲୋକେ ଆତଙ୍କିତ, ମକା ଚାଷୀଙ୍କ ବଢ଼ିଲା ଚିନ୍ତା

Advertisment
ପୁଣି ପଶିଲେ ହାତୀପଲ: ଲୋକେ ଆତଙ୍କିତ, ମକା ଚାଷୀଙ୍କ ବଢ଼ିଲା ଚିନ୍ତା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟସ୍ଥ ହାତିଗାଁ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତି ଠାରୁ ହାତୀପଲ ପଶିଛନ୍ତି। ଛତିଶଗଡ଼ ଗାରିଆବନ୍ଧର ସାଲେଭାଟା ଜଙ୍ଗଲରୁ ହାତୀପଲ ପଶି ଆସି ସାରା ରାତି ଓଡିଶା ଜଙ୍ଗଲରେ ତାଣ୍ଡବ ରଚିବା ସହିତ ମକା ଫସଲ ନଷ୍ଟ କରି ଫେରି ଯାଇଛନ୍ତି। କିନ୍ତୁ ଆଜି ପୁଣି ସକାଳୁ ଛତିଶଗଡ଼ ଜଙ୍ଗଲରୁ କାଣ୍ଡେତରା ଜଙ୍ଗଲରେ ଆତଂକ ଖେଳାଇଛନ୍ତି। ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖା ଦେଇଛି।

ଖବର ପାଇ ରାଇଘର ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ପ୍ରଫୁଲ୍ଲ ମାଝୀ ଓ ଫରେଷ୍ଟ ଗାର୍ଡ ଭବାନୀ ବିଶୋଇ ସହିତ ପାରା ଗାର୍ଡ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ଵାର୍ଡ୍‌ଙ୍କୁ ନେଇ ଏକ ଟିମ୍‌ ଆଜି ପୁଣି ସକାଳୁ ହାତୀ ଗାଁ ସଂରକ୍ଷିତ ଜଙ୍ଗଲର କାଣ୍ଡେତରା ଜଙ୍ଗଲ ମଧ୍ୟରେ ପଶି ହାତୀପଲର ଗତିବିଧି ଦେଖିଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ହାତୀପଲ ଓଡିଶା ମଧ୍ୟରେ ରହିଥିବା ସୂଚନା ମିଳିଛି। ଫଳରେ ଅଂଚଳବାସୀ ଏବେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି । ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁଁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗାଆଁ ମୁହାଁ ହେଉଥିବା ଜଣାପଡିଛି। ରାଇଘର ସୀମାନ୍ତ ଜଙ୍ଗଲ ଅଂଚଳରେ ରହୁଥିବା ଲୋକେ ଆଗକୁ ପ୍ରାୟ ସମୟରେ ହାତୀପଲ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସହିତ ସାମ୍ନାସାମ୍ନୀ ହେବେ ଏଥିରେ ସନ୍ଦେହ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe