ପୁଣି ଚାଷଜମିମୁଁହା ହାତୀପଲ; ଖାଇଲେ-ନଷ୍ଟକଲେ ଫସଲ, ଲୋକେ ଆତଙ୍କିତ

Advertisment
ପୁଣି ଚାଷଜମିମୁଁହା ହାତୀପଲ; ଖାଇଲେ-ନଷ୍ଟକଲେ ଫସଲ, ଲୋକେ ଆତଙ୍କିତ

ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ରୁପ୍ରା, କର୍ମେଗାଁ, ଗିଗିନା ଓ ଭୀମକେଲା ଗ୍ରାମପଞ୍ଚାୟତର ଅନେକ ଗ୍ରାମରେ ବାରମ୍ବାର ଜଙ୍ଗଲି ହାତୀପଲଙ୍କ ଆଗମନ ହେଉଛି। ହାତୀପଲ ପାଇଁ ଅନେକ ଚାଷୀଙ୍କ ଚାଷ ଉଜୁଡ଼ି ଯାଉଛି। ପୁଣି ଗୁରୁବାର ରାତିରେ ପ୍ରାୟ ୨୦ ଟିକିଆ ହାତୀପଲ କର୍ମେ ଡଙ୍ଗରରୁ ଆସି ବାଗପୁର ଓ ବଫଲା ଦେଇ ଗିଗିନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଟାଖମାର, ଶ୍ରୀପୁର, ଗିଧାମାଲ୍, ନାଏକପଡା ଓ ଡମପଦର ମଧ୍ୟରେ ରହିଥିବା ଚାଷଜମି ଓ ନାଳ ମଧ୍ୟରେ ରହିଛନ୍ତି। ଉକ୍ତ ହାତୀପଲ ଡମପଦର ପଟରୁ ଫେରି ବର୍ତ୍ତମାନ ଗିଧାମାଲ୍ ଓ ନାଏକପଡା ଗାଁ ନିକଟ ଚାଷଜମିରେ ରହିଥିବା ଦେଖିବାକୁ ମିଳିଛି।

ତେବେ ହାତୀପଲଙ୍କ ଆଗମନ ଜଙ୍ଗଲ ବିଭାଗ ଜାଣିବା ପରେ ସଙ୍ଗେ ସଙ୍ଗେ ରୁପ୍ରାରୋଡ୍ ବନପାଳ ବିଶ୍ୱଜିତ ଠାକୁର ଓ ଜଙ୍ଗଲ ବିଭାଗ କର୍ମଚାରୀ ଗିଗିନା ବିଟ୍ ଫରେଷ୍ଟ୍ ଗାର୍ଡ୍ ସନ୍ତୋଷ ଶିଖା, କର୍ମଚାରୀ ନବୀନ ମାଝୀ, ସନ୍ତୋଷ ମେହେର, ଲକ୍ଷ୍ମଣ ଗୌଡ, ଜଗଜୀବନ ମାଝୀଙ୍କ ସମେତ ଅନେକ ଗଜସାଥି ଉପସ୍ଥିତ ରହି ହାତୀପଲଙ୍କ ଗତିବିଧି ନିରୀକ୍ଷଣ କରିବା ସହିତ ଜଗି ରହିଛନ୍ତି। ଚାଷୀମାନେ ଭୟଭୀତ ତଥା ଆଶଙ୍କା ମଧ୍ୟରେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ କିଛିବର୍ଷ ହେଲା ଲଗାତାର୍ ଭାବରେ ଜଙ୍ଗଲି ହାତୀପଲଙ୍କ ଦୌରାତ୍ମ୍ୟ ଯୋଗୁଁ ଚିନ୍ତାରେ ରହିଛନ୍ତି ଚାଷୀ। ଏପଟେ ଜଙ୍ଗଲ ବିଭାଗ କର୍ମଚାରୀମାନେ ମଧ୍ୟ ପ୍ରତି ରାତିରେ ଏହି ସବୁ ଅଞ୍ଚଳରେ ଜଗିରହି ଲୋକଙ୍କୁ ସଚେତନ କରୁଛନ୍ତି। ବିଗତ ପାଞ୍ଚବର୍ଷ ହେଲା କମେ ଡଙ୍ଗରରୁ କେତେବେଳେ ୨୯ ଟିକିଆ ଓ କେତେବେଳେ ୯ ଟିକିଆ ତ କେତେବେଳେ ୫ଟିକିଆ ହାତୀପଲ ବାଗପୁର ଓ ବଫଲା ଦେଇ ଏହି ସବୁ ଅଞ୍ଚଳକୁ ଆସି ଅନେକ କ୍ଷୟକ୍ଷତି କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ଏବାବଦରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ମତାମତ ନେବାରୁ ସେ କହିଲେ, କ୍ଷୟକ୍ଷତି ହୋଇଥିବା ଜମିଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଭରଣା ପାଇଁ ଆବେଦନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ହାତୀପଲର ବାରମ୍ବାର ଆଗମନ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe