କଟକ ବନାଞ୍ଚଳରେ ବିପଦରେ ହାତୀ

Advertisment
କଟକ ବନାଞ୍ଚଳରେ ବିପଦରେ ହାତୀ

ନରସିଂହପୁର ବନାଞ୍ଚଳରେ ମାଈ ହାତୀର ମୃତ୍ୟୁ
ଚନ୍ଦ୍ରଗିରି ପାହାଡ ତଳେ ଦନ୍ତାହାତୀର ମୃତଦେହ ଜବତ

କଟକ/ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ପୂର୍ବ ବନାଞ୍ଚଳ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ହେଲା ଅସୁସ୍ଥ ଥିବା ଏକ ମାଈହାତୀର ଗୁରୁବାର ଭୋର ୫ଟାରେ ମୃତ୍ୟୁ ହୋଇଛି। ସେହିଭଳି, ବଡ଼ମ୍ବା ରେଞ୍ଜ୍‌ରେ ‌େଗାଟିଏ ହାତୀର ମୃତଦେହ ଜବତ କରାଯାଇଛି। ଏହି ଦୁଇଟି ଘଟଣାରୁ ହାତୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, କୌଣସି କାରଣରୁ ହାତୀଟିର ବାମପଟ ଆଗ ପାଦ ଫୁଲିଥିବାରୁ ସେ ଏଣେତେଣେ ବୁଲି ଖାଦ୍ୟ, ପାନୀୟ ସଂଗ୍ରହ କରିପାରୁ ନଥିଲା। ପାଟ୍ରୋଲିଂ କରୁଥିବା ବନକର୍ମଚାରୀମାନେ ଅସୁସ୍ଥ ହାତୀଟିକୁ ଦେଖିବା ପରେ ପୂର୍ବାଞ୍ଚଳ ବନାଧିକାରୀ ବିଭୁରଞ୍ଜନ ରାୟ ଓ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ ସେନାପତି ହାତୀ ନିକଟରେ ପହଞ୍ଚି ଆବଶ୍ୟକ ଚିକିତ୍ସା କରାଇଥିଲେ। କିନ୍ତୁ ଗୁରୁବାର ଭୋର୍‌ ସମୟରେ ହାତୀଟି ମୃତ୍ୟୁବରଣ କରିଥିବା ବନାଧିକାରୀ ଶ୍ରୀ ରାୟ ସୂଚନା ଦେଇଛନ୍ତି।

ବ୍ୟବଚ୍ଛେଦ ପରେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ୍‌ ୧୦ ଅଞ୍ଚଳରେ ମୃତଦେହକୁ ପୋତି ଦିଆଯାଇଛି। ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ୟପ୍ରାଣୀ ଚିକିତ୍ସକ କିଶୋର ସାହୁ ଓ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ ସେନାପତି, ପୂର୍ବାଞ୍ଚଳ ବନାଧିକାରୀ ବିଭୁରଞ୍ଜନ ରାୟ, ଫରେଷ୍ଟ ଗାର୍ଡଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନରସିଂହପୁର ଅଞ୍ଚଳରେ କ୍ରମାଗତ ଭାବେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୪ ମାସରେ କେବଳ ନରସିଂହପୁର ବନାଞ୍ଚଳରେ ୫ଟି ହାତୀ ମୃତ୍ୟୁବରଣ କରିଛନ୍ତି।

ଅନ୍ୟପକ୍ଷରେ, ମାଟି ‌ତଳେ ପୋତି ଦିଆଯାଇଥିବା ଏକ ଦନ୍ତାହାତୀର ମୃତଦେହକୁ ଆଜି ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜରୁ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିମ୍ ଆଜି ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ପହଞ୍ଚି ଖୋଳତାଡ଼ କରିବା ସହିତ ହାତୀ କଙ୍କାଳ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe