ବାଙ୍କୀ : କଟକ ପୂର୍ତ୍ତ ବିଭାଗ ରାସ୍ତାର ଗୟଳବାଙ୍କ ନିକଟ ମହାନଦୀରେ ଆଜି ହାତୀପଲଙ୍କ ଜଳକ୍ରୀଡ଼ା ଦେଖିବାକୁ ମିଳିଛି। ଆଜି ଭୋର୍ରୁ ପ୍ରାୟ ୮ଟି ହାତୀ ଏକାଠି ଆସି ନଦୀ କୂଳରେ ପାଣି ପିଇବା ସହ ଗାଧୋଇଛନ୍ତି। ପାଖାପାଖି ଅଧଘଣ୍ଟା କାଳ ଜଳକ୍ରୀଡ଼ା କରିବା ପରେ ପୁଣି ଜଂଗଲ ଭିତରକୁ ଫେରି ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ୮ଟି ହାତୀରୁ ୫ଟି ବଡ଼ ଓ ୩ଟି ଛୋଟ ହାତୀ ଥିଲେ। ତେବେ ନିୟମିତ ଅନ୍ତରାଳରେ ହାତୀମାନେ ଏଠାକୁ ପାଣି ପିଇବା ପାଇଁ ଆସୁଛନ୍ତି। ତେବେ ଆଜି ଭୋର୍ରୁ ହାତୀପଲ ସେଠାରେ ଅଟକିଥିବା ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସକାଳେ ଲୋକଙ୍କ ଆତଯାତ ହେବା ଦେଖିବା ପରେ ହାତୀମାନେ ଜଂଗଲ ଭିତରକୁ ପଳାଇ ଯାଇଥିଲେ। ତେବେ ବର୍ତ୍ତମାନ ମହାନଦୀ କୂଳରେ ନୂତନ ଭାବେ ଦୁଇଟି ଗୃହ ନିର୍ମାଣ କରାଯାଉଥିବାରୁ ହାତୀଙ୍କ ଚଲାପଥ ପ୍ରତି ବିପଦ ସୃଷ୍ଟି ହୋଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us