ଆଠଗଡ଼ ସଂରକ୍ଷିତ ଜଙ୍ଗଲରୁ ‌ଚନ୍ଦକା ଅଭୟାରଣ୍ୟ ଫେରୁଥିବା ବେଳେ ମହାନୀଦରେ ଫସିଲେ ହାତୀପଲ

Advertisment
ଆଠଗଡ଼ ସଂରକ୍ଷିତ ଜଙ୍ଗଲରୁ ‌ଚନ୍ଦକା ଅଭୟାରଣ୍ୟ ଫେରୁଥିବା ବେଳେ ମହାନୀଦରେ ଫସିଲେ ହାତୀପଲ

ଆଠଗଡ଼: ମହାନଦୀ ପଠାରେ ଫସିଲେ ହାତୀପଲ । କଟକ ଜିଲ୍ଲା ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫସି ଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣ କର୍ମଚାରୀ ସେଠାରେ ପହଞ୍ଚିଥିଲା।

ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫସିଛନ୍ତି । ହାତୀଙ୍କୁ ବନବିଭାଗ ଉଦ୍ଧାର କରି ଥାନ୍ତି । ତେବେ ଆଜି ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ଫେରିବା ବେଳେ ହାତୀମାନେ ମହାନଦୀରେ ଫସି ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe