ସୀମାନ୍ତ ଛାଡ଼ୁନାହାନ୍ତି ଗଜରାଜ, ଚିନ୍ତାରେ ଆନ୍ଧ୍ର-ଓଡ଼ିଶା ବନ ବିଭାଗ

Advertisment
ସୀମାନ୍ତ ଛାଡ଼ୁନାହାନ୍ତି ଗଜରାଜ, ଚିନ୍ତାରେ ଆନ୍ଧ୍ର-ଓଡ଼ିଶା ବନ ବିଭାଗ

ପାରଳାଖେମୁଣ୍ଡି : ପାଖାପାଖି ଏକ ମାସ ବିତିସାରିଲାଣି। ତଥାପି ୬ଟିକିଆ ହାତୀପଲ ଓଡ଼ିଆ-ଆନ୍ଧ୍ର ସୀମାନ୍ତ ମହେନ୍ଦ୍ରତନୟା ନଦୀକୂଳ ଓ ତତସଂଲଗ୍ନ ଜଙ୍ଗଲ ଇଲାକା ଛାଡୁନାହାନ୍ତି। ଯାହାକି ଉଭୟ ରାଜ୍ୟର ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିଦ ହଜାଇସାରିଲାଣି। ସେପଟେ ହାତୀପଲଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସେମାନଙ୍କୁ ଘଉଡ଼ାଇବାକୁ ବନବିଭାଗ ଅଧିକାରୀ ସାହସ ଜୁଟାଇପାରୁନାହାନ୍ତି। ଅଧିକା˚ଶ ସମୟ ଏହି ହାତୀପଲ ମହେନ୍ଦ୍ରତନୟା ନଦୀ କୂଳରେ ରହୁଥିବା ବେଳେ ଅଳ୍ପ କିଛି ସମୟ ପାଇଁ ନିକଟସ୍ଥ ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ହାତୀପଲ ଉଭୟ ରାଜ୍ୟର ଜନବସତିଙ୍କ କୌଣସି କ୍ଷୟକ୍ଷତି ଘଟାଇ ନଥିବା ବେଳେ କାହାର ପ୍ରାଣହାନି ବି ଘଟିନାହିଁ। ତଥାପି ହାତୀପଲ କୌଣସି କ୍ଷୟକ୍ଷତି ଘଟାଇବା ଆଶଙ୍କାରେ ଉଭୟ ରାଜ୍ୟର ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି।

ସୂଚନା ଥାଉକି, ପୂର୍ବରୁ ହାତୀପଲଙ୍କ ଗତିବିଧି ନେଇ ଉଭୟ ରାଜ୍ୟର ଅଧିକାରୀଙ୍କ ସମନ୍ବୟ ବୈଠକ ବସିଥିଲା। ତଥାପି କିଛି ସୁଫଳ ମିଳିପାରୁନି। ଫଳରେ ସୀମାନ୍ତ ଅଞ୍ଚଳର ଲୋକେ ଏବେବି ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଉଭୟ ରାଜ୍ୟର ଜ˚ଗଲ ବିଭାଗ ସମନ୍ବୟ ରକ୍ଷା କରି ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe