ଖଡ଼ିଆଳ ଅଞ୍ଚଳରେ ୬ ଦିନ ହେଲା ବୁଲୁଛି ଦନ୍ତାହାତୀ, ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ

ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଜଙ୍ଗଲ ନିକଟ ଖାସବାହାଲ, ଆର୍ତ୍ତତ୍ରାଣପୁର, ଚଚରାଭଟା, ବଙ୍କାପୁର, ଦୋହେଲପଡ଼ା, ଚାନ୍ଦେଲ, ବହଲପଦର, ତିରନପୁର ଆଦି ଗ୍ରାମରେ ଛଅ ଦିନ ହେଲା ଏକ ଦନ୍ତାହାତୀ ବୁଲୁଥିବା ଦେଖାଦେଇଛି। ପ୍ରକାଶ ଯେ, ଧର୍ମଗଡ଼ ଜଙ୍ଗଲରୁ ଏକ ହାତୀପଲ ଛତିଶଗଡ଼ ଦେଭୋଗ ରେଞ୍ଜକୁ ଯାଉଥିବା ସମୟରେ ଏକ ଦନ୍ତାହାତୀ ରାସ୍ତା ଭୁଲି ଅଲଗା  ହୋଇ ଯାଇଥିଲା। ହାତୀଟି ସିନାପାଲି ବ୍ଲକ ଅଞ୍ଚଳ ଦେଇ ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ବିଟ ଖାସବାହାଲ ଜଙ୍ଗଲକୁ ଚାଲି ଆସି ୬ ଦିନ ହେଲା ଅଞ୍ଚଳରେ ଆସ୍ଥାନ ଜମାଇ ରହିଛି। ଅନ୍ୟପକ୍ଷରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କିଛି ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ହାତୀର ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିଭାଗ ପକ୍ଷରୁ ବନ ବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରି ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦେଇଛି। ଏନେଇ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରାଯିବା ସହ ହାତୀଟି ଉକ୍ତ ଅଞ୍ଚଳରୁ ଦୂରକୁ ଚାଲିଗଲେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe