ଦିଗପହଣ୍ଡି ଉପକଣ୍ଠରେ ୧୨ ଟିକିଆ ହାତୀପଲ, ବନ, ବିଦ୍ୟୁତ୍ ବିଭାଗ ସଜାଗ

Advertisment
ଦିଗପହଣ୍ଡି ଉପକଣ୍ଠରେ ୧୨ ଟିକିଆ ହାତୀପଲ, ବନ, ବିଦ୍ୟୁତ୍ ବିଭାଗ ସଜାଗ

Photo Courtesy of The Financial Express

ଦିଗପହଣ୍ଡି: ଦିଗପହଣ୍ଡି ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ପାହାଡ଼ ପାଦଦେଶ ନିମପଲି ଗ୍ରାମ ନିକଟରେ ୧୨ଟିିକିଆ ହାତୀପଲଙ୍କ ଗତିବିଧି ଜାରି ରହିଛି। ଏହି ପଲରେ ଗୋଟିଏ ଦନ୍ତାହାତୀ ସମେତ ପାଞ୍ଚଟି ମାଈ ହାତୀ ଏବଂ ଛଅଟି ଛୁଆ ହାତୀ ଥିବା ଦିଗପହଣ୍ଡି ବନପାଳ କମଳ ପାତ୍ର ସୂଚନା ଦେଇଛନ୍ତି। ଆଜି ସକାଳେ ଏହି ହାତୀପଲ ରତନେଇ ପାହାଡ଼ରୁ ଚାଙ୍ଗୁଡିଦେଇ ପାହାଡ଼କୁ ଆସିଛନ୍ତି। ଫଳରେ ଚାଙ୍ଗୁଡ଼ିଦେଇ ନିକଟ ଦିଗପହଣ୍ଡି ଏନ୍ଏସିର ଦୁଇ ନମ୍ବର ଓ୍ଵାର୍ଡ଼ ନିମପଲ୍ଲୀ ଗ୍ରାମବାସୀଙ୍କୁ ରାତିରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସଜାଗ ଥିବା ସହକାରୀ ଯନ୍ତ୍ରୀ ଇଂ.ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ହାତୀଙ୍କ ଗତିବିଧିକୁ ଲକ୍ଷ୍ୟରେ ରଖି ବନବିଭାଗର ପରାମର୍ଶ ଅନୁସାରେ ଉକ୍ତ ସ୍ଥାନରେ ବିଦ୍ୟୁତ୍ ସରବରାହକୁ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ହାତୀପଲ ଯଦି ଦିଗପହଣ୍ଡି ପୁଡ଼ାମାରୀ ମୁଖ୍ୟରାସ୍ତା ଅତିକ୍ରମ କରିବାକୁ ଆସନ୍ତି, ତାହେଲେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ଫଳରେ ମୌଳାଭଞ୍ଜାରୁ ଦିଗପହଣ୍ଡି ସହରକୁ ପାନୀୟ ଜଳଯୋଗାଣ ମଧ୍ୟ ବ୍ୟାହତ ହେବାର ଆଶଙ୍କା ରହିଛି। ଯାତାୟାତ ରାସ୍ତାରେ ହାତୀପଲ ବିଦ୍ୟୁତ୍ ଖୁଣ୍ଟ ଉପାଡ଼ି ଦେଉଛନ୍ତି। ଫଳରେ ଧନଜୀବନ ସୁରକ୍ଷା ପାଇଁ ଉଭୟ ବିଭାଗ ପ୍ରସ୍ତୁତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe