ଚୌଦ୍ୱାର : ଶିକାରୀ ଗୁଳିରେ ହାତୀ ଗୁରୁତର

ହାତୀ ଆକ୍ରମଣରେ ୪ ମୃତ

News Post

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀକୁ ଶିକାରୀ ଗୁଳି କରିଥିବା ସୂଚନା ମିଳିଛି। ମଙ୍ଗରାଜପୁର ପଂଚାୟତର ବାଂଝିଆମା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ କିଛି ଦିନ ତଳେ ଶିକାରୀ ଏହି ମାଈହାତୀର ଡାହାଣପଟ ଗୋଡ଼କୁ ଗୁଳି କରିଛନ୍ତି। ଶିକାରୀ ସାଧାରଣ ଭାବେ ଅଣ୍ତିରା ହାତୀକୁ ଟାର୍ଗେଟ କରୁଥିବା ବେଳେ ଭୁଲରେ ଗୁଳିଟି ମାଈହାତୀ ଗୋଡ଼ରେ ବାଜିବା ଆଶଙ୍କା କରାଯାଉଛି। ଏହି ମାଈହାତୀଟି ବାଂଝିଆମା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୁଲାବୁଲି କରୁଥିବା ବେଳେ ଆଜି ହଠାତ୍ ମୁମୂର୍ଷୁ ଅବସ୍ଥାରେ ଶୋଇ ରହିଥିଲା। ହାତୀର ଡାହାଣ ଗୋଡ଼ରେ ଯେଉଁଠି ଗୁଳି ବାଜିଛି ସେ ଜାଗାରୁ ପୂଜ ବାହାରୁଥିବାରୁ ସେ ଏବେ ବଂଚିବା ପାଇଁ ସଂଗ୍ରାମ କରୁଛି। ଏ ସମ୍ପର୍କରେ ବନବିଭାଗ କର୍ମଚାରୀ ବାଂଝିଆମା ଗ୍ରାମର କିଛି ବାସିନ୍ଦାଙ୍କ ଠାରୁ ସୂଚନା ପାଇ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ ଆସନ୍ତାକାଲି ନନ୍ଦନକାନନର କର୍ମଚାରୀ ଆସି ତା’ର ଚିକିତ୍ସା କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe