ହାତୀପଲ ଖାଇଗଲେ ୩ ଶହ ବସ୍ତା ଧାନ

ହାତୀପଲ ଖାଇଗଲେ ୩ ଶହ ବସ୍ତା ଧାନ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପସି ପଞ୍ଚାୟତ ଧନୁର୍ଜୟପୁର ଗ୍ରାମର ବିପିନ କୁମାର ସେଠୀଙ୍କ ଖଳାରୁ ଗତକାଲି ରାତିରେ ହାତୀପଲ ୩ ଶହ ଧାନ ବିଡା ଖାଇ ଦେବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଶ୍ରୀ ସେଠୀ ବିଲରୁ ଧାନ କାଟି ଅମଳ ପାଇଁ ଖଳାରେ ଧାନ ବିଡ଼ା ସବୁ ସାଇତି ରଖିଥିଲେ। ଗତକାଲି ରାତିରେ ୧୨ ଟି ବଣୁଆ ହାତୀପଲ ଆସି ଧାନ ବିଡା ସବୁ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି।

ଶ୍ରୀ ସେଠୀଙ୍କ ଖଳାଟି ନିଜ ଘରୁ ଟିକିଏ ଦୂରରେ। ଫଳରେ ହାତୀପଲ ନିର୍ଭୟରେ ଧାନ ବିଡା ସବୁ ଖାଇଗଲେ। ଏହି ୩ ଶହ ଧାନ ବିଡ଼ାରୁ ୨୫ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଧାନ ଅମଳ ହୋଇଥାନ୍ତା ବୋଲି ଶ୍ରୀ ସେଠୀ ଜଣାଇଛନ୍ତି। ଖଳାରୁ ହାତୀପଲ ଧାନ ବିଡ଼ା ଖାଇ ଦେଇଥିବାରୁ  ଚାଷୀ ଶ୍ରୀ ସେଠୀ ହତାଶ ହୋଇପଡିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ବନ ବିଭାଗ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe