ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଆକୁଳ ପଞ୍ଚାୟତ ଖଜୁରିଆସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଓ୍ବାର୍ଡ’କାର୍ଯ୍ୟାଳୟ ପରିସରରେ ଦୁଇଟି ହାତୀ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଗତକାଲି ରାତିରେ ଦୁଇଟି ହାତୀ କାର୍ଯ୍ୟାଳୟ ପରିସରରେ ପଶିଥିଲେ। ଗୋଦାମ ଘରର କବାଟ ଭାଙ୍ଗି ଚାଉଳ, ମାଛଦାନା ଓ ଅନ୍ୟାନ୍ୟ ସାମଗ୍ରୀ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଇଥିଲେ।
ବେଶ କିଛି ସମୟ ଧରି ହାତୀ ଦୁଇଟି ଉତ୍ପାତ କରିବା ପରେ ସେଠାରୁ ଚାଲି ଯାଇଥିଲେ। ହାତୀ ଭୟରେ କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରାତି କାଟିଛନ୍ତି। ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଜନବସତି ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
Follow Us