ହାତୀ ଆକ୍ରମଣରେ ନାବାଳିକାର ମୃତ୍ୟୁ

ହାତୀ ଆକ୍ରମଣରେ ନାବାଳିକାର ମୃତ୍ୟୁ

IUCN

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳ ରେ ହାତୀ ଉପଦ୍ରବ ଥମିବାର ନାମ ଧରୁ ନଥିବା ବେଳେ ହାତୀ ଉପଦ୍ରବ ରେ ବ୍ୟାପକକ୍ଷୟକ୍ଷତି ଘଟୁଥିବା ବେଳେ ହାତୀ ଆକ୍ରମଣ ରେ ନିରୀହ ଜୀବନ ହାନୀ ବୃଦ୍ଧି ପାଇଚାଲିଛି।ଖବର ରୁ ପ୍ରକାଶ କି ଆଜି ଏକ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡା ବ୍ଲକ ର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ରାତି ରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଗୋଟିଏ ନିରୀହ ନାବାଳିକା କୁ ଅତ୍ୟନ୍ତ ନିର୍ମମ ଭାବେ  କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି।

ଉକ୍ତ ଗ୍ରାମର ପିତାମ୍ବର ପରମାଣିକ ଙ୍କ ପରିବାର ଖାଇ ପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବର ଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବର ଙ୍କ  ନାବାଳିକା ଝିଅ ଗୁନୁ ପରମାଣିକ (୫) କୁ    କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ ରେ ଦଳି ଜୀବନରୁ ମରିଦେଇଥିବା ବେଳେ ବନବିଭାଗ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ତଥା ହାତୀ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ପ୍ରଦାନ କରି ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି।ତେବେ ନାବାଳିକା ଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଦୁଃଖ ରେ ଭାଙ୍ଗିପଡିଥିବା ବେଳେ ହାତୀ ଭୟ ରେ ଗ୍ରାମବାସୀ ମାନେ ଆତଙ୍କିତ ଏବଂ ଉଜାଗର ରେ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe