୪ ଘର ଭାଙ୍ଗିଲେ ହାତୀପଲ

Advertisment
୪ ଘର ଭାଙ୍ଗିଲେ ହାତୀପଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ପୁଣି ହାତୀପଲ ୪ଟି ଘର ଭାଙ୍ଗିଛନ୍ତି। ଗତକାଲି ରାତିରେ ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମରେ ପଶି ଅଭି ମୁଣ୍ଡା, ଭକ୍ତବନ୍ଧୁ ନାୟକ, ପୀତବାସ ନାୟକ ଓ ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମ ଭଜ ମହାନ୍ତଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି।

ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ବାଡ଼ିବଗିଚା ଉଜାଡ଼ୁଛନ୍ତି। ଖାଦ୍ୟାଭାବ ଯୋଗୁ ସେମାନେ ଏଭଳି କରୁଥିବା ପରିବେଶବିତମାନେ ପ୍ରକାଶ କରିଛନ୍ତି। ତେଣୁ ଜଙ୍ଗଲ ବିଭାଗ ତରଫରୁ ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ପାଣି ରଖିବା ଉଚିତ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe