ପୁଣି ଘର ଭାଙ୍ଗିଲା ଦନ୍ତା

ପୁଣି ଘର ଭାଙ୍ଗିଲା ଦନ୍ତା

YouTube

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଙ୍କଡ଼ବା‌ହାଲ ଗ୍ରାମରେ ଏକ ଦନ୍ତାହାତୀ ପଶି ଜଣେ ମହିଳାଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରାତିରେ ଉକ୍ତ ଗ୍ରାମର ମହିଳା ବୁନ୍ଦୁଲୀ ବଗର୍ତ୍ତି ନିଜ ପରିବାର ସହିତ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ତାଙ୍କ ଘର ଭାଙ୍ଗିବା ସହ ଘରେ ଥିବା କିଛି ଧାନ ଖାଇ ଦେଇଥିଲା।

ତେବେ ହାତୀ ଆସିଥିବା ଜାଣିପାରି ପରିବାର ଲୋକେ ଚିତ୍କାର କରିବାରୁ ହାତୀଟି ପଳାଇ ଯାଇଥିବା ଜଣାପଡ଼ିଛି। ସୋମବାର ସକାଳୁ ଖବର ପାଇ ବନବିଭାଗ କ୍ଷତିଗ୍ରସ୍ତ ପରିବାରକୁ ଭେଟିଥିଲେ। ତେବେ ଯଥାଶୀଘ୍ର ବୁନ୍ଦୁଲୀଙ୍କ କ୍ଷୟକ୍ଷତି ଆକଳନ କରି ତାଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe