Easy Drawing Guides
ଘଟଗାଁ: ଘଟଗାଁ ବ୍ଲକ୍ ବାଲିପୋଖରୀ ପଞ୍ଚାୟତ ଦୁବୁଲାବେଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗିଛି। ଗତକାଲି ରାତିରେ ଗ୍ରାମରେ ଏକ ଦନ୍ତାହାତୀ ପଶି ଉତ୍ପାତ କରିଥିଲା। ଚକ୍ରଧର ମହାନ୍ତଙ୍କ ଘର ଭାଙ୍ଗି ଦେଇଥିଲା। ଘର ଭିତରେ ଶୋଇଥିବା ଚକ୍ରଧରଙ୍କ ପରିବାର ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ।
ଆଜି ଏ ସମ୍ପର୍କରେ ଖବର ପାଇ ସରପଞ୍ଚ ଦ୍ରୌପଦୀ ନାୟକ ଏବଂ ବନ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ଏଚ୍ଜି ସଦସ୍ୟମାନେ ଚକ୍ରଧରଙ୍କ ପରିବାରଙ୍କୁ ଭେଟିଛନ୍ତି। ତେବେ ଏ ସମ୍ପର୍କରେ ଖବର ଦିଆଯିବା ସତ୍ତ୍ବେ ବନ ବିଭାଗର ଜଣେ ହେଲେ ବି କର୍ମଚାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ କ୍ଷତିଗ୍ରସ୍ତ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ ବିଭାଗ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us