ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଦୋବଲାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଅସହାୟ ମହିଳାଙ୍କ ଘର ଭାଙ୍ଗିଦେଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଦନ୍ତା ଦୋବଲାପାଳ ଗ୍ରାମର ଝାଟିକି ସାହିରେ ପଶିଥିଲା। ସେଠାରେ ଖାଦ୍ୟ ଅନ୍ୱେଷଣରେ ଅସହାୟ ମହିଳା ଗୋଲାପ ପୃଷ୍ଟିଙ୍କ ପଛ ପାଖ ଘରକୁ ଭାଙ୍ଗିଥିଲା।
ହାତୀ ଘର ଭାଙ୍ଗୁଥିବା ଜାଣି ଗୋଲାପ ଜୀବନ ବିକଳରେ ପଡ଼ିଶା ଘରକୁ ଚାଲିଯାଇଥିଲେ। ପରେ ସାହି ଲୋକେ ପାଟିତୁଣ୍ଡ କରି ହାତୀକୁ ବହୁ କଷ୍ଟରେ ତଡ଼ିଥିଲେ। ଅସହାୟ ମହିଳା ଗୋଲାପ ପୃଷ୍ଟିଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us