ଘର ଭାଙ୍ଗି ଧାନଚାଉଳ ଖାଇଗଲେ ହାତୀ

Advertisment
ଘର ଭାଙ୍ଗି ଧାନଚାଉଳ ଖାଇଗଲେ ହାତୀ

Newsfirst.lk

ତେଲକୋଇ: ତେଲକୋଇରେ ପୁଣି ହାତୀପଲ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ବୁଧବାର ୯ଟିକିଆ ହାତୀପଲ ପଡ଼ାଙ୍ଗ ପଞ୍ଚାୟତ ରାଙ୍କି ଗ୍ରାମରେ ପଶି ଗତିକୃଷ୍ଣ ନାୟକଙ୍କ ଦୁଇବଖରା ଘର ଭାଙ୍ଗି ଡୋଲିରେ ଥିବା ଧାନ ଏବଂ ୩ ବସ୍ତା ଚାଉଳ ଖାଇ ଦେଇଛନ୍ତି।

ରାତି ପ୍ରାୟ ଗୋଟାଏ ବେଳେ ହାତୀ ଘର ଭାଙ୍ଗୁଥିବା ଜାଣି ପରିବାର ଲୋ‌କେ ପଡ଼ୋଶୀ ଘରକୁ ଚାଲି ଯାଇଥିଲେ। ଗାଁ ଲୋକ ମିଶି ବହୁ କଷ୍ଟରେ ହାତୀପଲକୁ ଘଉଡ଼ାଇ ଥିଲେ। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଡିଲେଶ୍ବର ନାୟକ, ସମିତିସଭ୍ୟା ଲିପି ପରିଡ଼ା, ମାନବାଧିକାର କର୍ମୀ କୈଳାସ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe