ଘର ଭାଙ୍ଗି ଧାନ ଖାଇଗଲେ ହାତୀପଲ

ଘର ଭାଙ୍ଗି ଧାନ ଖାଇଗଲେ ହାତୀପଲ

ତେଲକୋଇ: ଗତକାଲି ରାତିରେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବନବିହାରୀପୁର ଓ ବାଲେଶ୍ଵର ଗ୍ରାମରେ ହାତୀ ପଲ ପଶି ଘରଦ୍ବାର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି। ବନବିହାରୀପୁର ଗ୍ରାମର ସତ୍ୟାନନ୍ଦ ପ୍ରଧାନଙ୍କ ୨ ବଖରା ଓ ବାଲେଶ୍ଵର ଗ୍ରାମର ଜୟ କିସାନ, ଭକ୍ତ ଫୁଦକାର, ରାଧି କିସାନଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ଆସବାବପତ୍ର ମାଡ଼ିଦଳି ନଷ୍ଟ କରି ଦେଇଛନ୍ତି।

ହାତୀ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକେ ପଡୋଶୀ ଘରକୁ ପଳାଇଥିଲେ। ପରେ ଗ୍ରାମବାସୀ ମିଶି ପାଟିତୁଣ୍ଡ କରି ହାତୀକୁ ଘଉଡ଼ାଇଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe