୨ ହାତୀ ମୃତ୍ୟୁ ଘଟଣା: ୩ କୋର୍ଟଚାଲାଣ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ବୌଦ୍ଧ: ବୌଦ୍ଧ ବନଖଣ୍ଡ ବଘିଆପଡ଼ା ସେକ୍‌ସନର ଭୁର୍କିପଡ଼ା ଓ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ତିନି ଦିନ ମଧ୍ୟରେ ଦୁଇଟି ହାତୀଙ୍କ ଶିକାର ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ଫରେଷ୍ଟର ଓ ଦୁଇ ଜଣ ଫରେଷ୍ଟଗାର୍ଡଙ୍କୁ ବନ ବିଭାଗ ନିଲମ୍ବିତ କରିଛି। ଏହାପରେ ବିଭାଗ ତଦନ୍ତକୁ ଜୋରଦାର କରି ତିନି ଜଣଙ୍କୁ ଆଣି ଅଟକ ରଖିଥିଲା।

ଅଟକ ଥିବା ବ୍ୟକ୍ତିମାନେ ହାତୀ ଶିକାର ଘଟଣାରେ ସଂପୃକ୍ତ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଫଳରେ ତିନି ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେମାନେ ହେଲେ ଇନ୍ଦ୍ରଡୁଲି ଗ୍ରାମର କର୍ଣ୍ଣ ପ୍ରଧାନ(୪୮), ଜାମଖୋଲର ବିଘ୍ନେ କହଁର(୫୦) ଓ ନୀଳାକାର ନାଏକ(୩୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe