BBC
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧୀନସ୍ଥ ଅଞ୍ଚଳରେ ଦନ୍ତାହାତୀ ମହୁଲ ପୋଚ ଖାଇ ଉତ୍ପାତ କରୁଛି। ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଜୀବନ ନେଉଛି ତ’ କେତେବେଳେ କାହାର ଘର ଆସବାପତ୍ର, ସ୍କୁଲ, ପଞ୍ଚାୟତରୁ ଚାଉଳ ଖାଇ ଉତ୍ପାତ ମଚାଉଛି। ପୂର୍ବ ବର୍ଷ ପଣ୍ଡକିଟାଲ ଓ ହାତୀପାହୁଳ ଗ୍ରାମର ଦୁଇ ଜଣଙ୍କ ଜୀବନ ନେଇଥିଲା। ବନ ବିଭାଗ ହାଲୁକା ଭାବେ କହୁଛି ହାତୀ ଟି ମହୁଲ ଫାସ ଖାଇ ଧନ ଜୀବନ ନଷ୍ଟ କରୁଛି। ଏହି ଅଂଚଳରେ ଜଙ୍ଗଲ ଭିତରେ ସୁବିଧା ଦେଖି ମଦ ମାଫିଆ ମଦ ପ୍ରସ୍ତୁତି କରୁଛନ୍ତି।
ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଢ଼ଉ କରି ମାଫିଆଙ୍କ କିଛି ମାଦକ ଦ୍ରବ୍ୟ, ଜିନିଷ ଜବତ କରି ଫୋଟୋ ଉଠାଇ ଗଣମାଧ୍ୟମରେ ବାହାବାହା ନେଉଥିବା ଦେଖାଦେଇଛି। ଅନେକ ସମୟରେ ମଦ ମାଫିଆ ବିନିକା ଦେଇ ବରଗଡ଼, ବୀରମହାରାଜପୁର ଅଂଚଳକୁ ମଦ ଚାଲାଣ କରି ମାଲେ ମାଲ ହେଉ ଥିବାବେଳେ ଅନେକ ସମୟରେ ଅବକାରୀ ବିଭାଗ ବାଇକ୍ରେ ନେଉଥିବା ମଦକୁ ଜବତ କରି, ଚାରିଚକିଆ ଗାଡ଼ିରେ ଯାଉଥିବା ମଦକୁ ମୋଟା ଅଙ୍କ ଅସୁଳି କରି ଛାଡ଼ି ଦେଉଥିବା ଚର୍ଚ୍ଚା ହେଉଛି। ଏହି ଜଙ୍ଗଲକୁ ରେଢ଼ାଖୋଲ ଅଂଚଳରୁ ହାତୀ ଆସି ଦୀର୍ଘ ଦିନ ଅଂଚଳରେ ରହି ମହୁଲ ପୋଚ ଖାଇ ମତୁଆଲା ହୋଇ ଧାନ ଫସଲ ନଷ୍ଟ କରୁଛନ୍ତି। ଏହି ଖବର ପୁଲିସ, ଅବକାରୀ, ଜଙ୍ଗଲ ବିଭାଗ ପାଖେ ଥାଇ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠନ ନେଉନଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ମଦ ରନ୍ଧାକୁ ଯଦି ଜିଲ୍ଲା ପ୍ରଶାସନ ବନ୍ଦ ନକରେ ହାତୀ ଉତ୍ପାତ କରି ମଣିଷ ମାରିବା ସହିତ, କେତେବେଳେ ଜଙ୍ଗଲରେ ହାତୀକୁ ମହୁଲ ପୋଚରେ ମଦ ମାଫିଆ ବିଷ ପ୍ରୟୋଗ କରି ମାରିଦେବା ଚର୍ଚ୍ଚା ହେଉଛି। ତୁରନ୍ତ ଜିଲ୍ଲାପାଳ ଏକ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହେଉଛି।
Follow Us