କରଞ୍ଜିଆ ବନାଞ୍ଚଳରେ ହାତୀପଲ

Advertisment
କରଞ୍ଜିଆ ବନାଞ୍ଚଳରେ ହାତୀପଲ

ସିଙ୍ଗଡ଼ା: କରଞ୍ଜିଆ ବନାଞ୍ଚଳରେ ୫ ଦିନ ଧରି ୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଏହି ହାତୀପଲ କଦମବେଡ଼ା ଠାରେ ଦୁଇଦିନ ରହିବା ପରେ ଆଜି କୁଳିପୋଷି ପଞ୍ଚାୟତ ହାତୀଶାଳବେଡ଼ା ଜଙ୍ଗଲରେ ରହୁଥିବା ସୂଚନା ମିଳିଛି। ଏହି ହାତୀପଲ ଗାଁ ନିକଟରେ ଥିବା ପନିପରିବା ଚାଷ, ବଗିଚା ନଷ୍ଟ କରିଛନ୍ତି।

ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କୁ ଯେତେ ଘଉଡ଼ାଇବା ପାଇଁ ଚେଷ୍ଟା କଗରାଗଲେ ମଧ୍ୟ ଜଙ୍ଗଲ ଛାଡ଼ି ଯାଉନାହାନ୍ତି। କୁଳିପୋଷି, କାଦଡିହା, ରୁଡଙ୍ଗ, ହାତୀଶାଳବେଡ଼ା ପ୍ରଭୃତି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଘଉଡାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe