ସୁସ୍ଥ ହେଉଛି ଆହତ ଦନ୍ତା

ସୁସ୍ଥ ହେଉଛି ଆହତ ଦନ୍ତା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ପଡ଼ାଙ୍ଗ ବିଟ୍ ଅନ୍ତର୍ଗତ ବନବିହାରୀପୁର-ଦୁଲ୍ଲଭପୁର ଜୁଆଙ୍ଗସାହି ନିକଟରୁ ଠାବ କରାଯାଇଥିବା ଆହତ ଦନ୍ତା ଧୀରେଧୀରେ ସ୍ବାଭାବିକ ହେଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ରାତିରେ ଦନ୍ତାହାତୀଟି ଜଙ୍ଗଲରୁ ବାହାରି ନିକଟସ୍ଥ କ୍ଷେତରେ ପଶି ଧାନ ଖାଇଛି। ଆଜି ସେ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଲଣ୍ଡା ମୁଣ୍ଡାସାହି ପାଖ ଜଙ୍ଗଲରେ ରହିଛି। ବନ ବିଭାଗ କର୍ମଚାରୀ ଅତି ନିକଟରୁ ଦନ୍ତାର ଗତିବିଧି ଅନୁଧ୍ୟାନ କରୁଛନ୍ତି। ଦନ୍ତାଟି ଗର୍ଜନ କରିବା ସହିତ ଡାଳପତ୍ର ଭାଙ୍ଗି ଖାଉଛି। ଗତକାଲି ଅପେକ୍ଷା ଆଜି ହାତୀଟି ଅଧିକ ବେଗରେ ଯାତାୟାତ କରୁଛି ବୋଲି ତେଲକୋଇ ରେଞ୍ଜର ଶିବାଜୀମୋହନ ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe