କାନ୍ଥ କଣା କରି ଚାଉଳ ଖାଇଲେ ହାତୀ

Advertisment
କାନ୍ଥ କଣା କରି ଚାଉଳ ଖାଇଲେ ହାତୀ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଆକୁଳ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ହାତୀପଲ ଘର କାନ୍ଥ କଣା କରି ଚାଉଳ ଖାଇ ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ୩ଟିକିଆ ହାତୀପଲ ରବୀନ୍ଦ୍ର ଜୁଆଙ୍ଗଙ୍କ ଘର କାନ୍ଥକୁ କଣା କରିଦେଇଥିଲେ। ଭାଡ଼ିରେ ଥିବା ଚାଉଳ ବସ୍ତାକୁ ଟାଣି ଆଣି ଖାଇ ଦେଇଥିଲେ। ହାତୀପଲ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକ ପଡ଼ୋଶୀ ଘରକୁ ପଳାଇଥିଲେ। ଗ୍ରାମବାସୀ ପାଟିତୁଣ୍ଡ କରିବା ସହ ଲାଇଟ୍ ପକାଇ ହାତୀପଲଙ୍କୁ ତଡ଼ି ଦେଇଥିଲେ।

ପୂର୍ବରୁ ମଧ୍ୟ ହାତୀ ରବୀନ୍ଦ୍ରଙ୍କ ଘର ଭାଙ୍ଗି ଦେଇଥିଲେ। ସୂଚନାଯୋଗ୍ୟ, ତେଲକୋଇ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଲାଗିରହିଛି। ହାତୀ ଆକ୍ରମଣରେ ଧନଜୀବନ ହାନି ହେଉଛି। ବନ ବିଭାଗ ପକ୍ଷରୁ ଉପଯୁକ୍ତ ସହାୟତା ଦିଆଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ରମାକାନ୍ତ ଜୁଆଙ୍ଗ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe