ହାତୀ ଶିକାରୀ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ସମ୍ବଲପୁର: ହାତୀ ଶିକାର ମାମଲାରେ ବନ ବିଭାଗ ପକ୍ଷରୁ ସୁନିଲ ଲୁଗୁନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ ନିଲନ୍ନଭର ସୂଚନା ଦେଇଛନ୍ତି। ସାପଲହରା ପୋଖରୀରେ ପ୍ରାଣ ହରାଇଥିବା ହାତୀ ଘଟଣାରେ ସୁନିଲ ସଂପୃକ୍ତ ରହିଥିବା ସେ ସୂଚନା ଦେଇଛନ୍ତି। ଡିଏଫ୍‌ଓ ଆହୁରି କହିଛନ୍ତି ଯେ, ଧମା ରେଂଜ ଅଂଚଳରେ ହାତୀ କଙ୍କାଳ ମିଳିବା ଘଟଣାରେ ବନ ବିଭାଗ ପକ୍ଷରୁ ନିଜ ଆଡୁ ଏକ ମାମଲା ରୁଜୁ କରାଯାଇଛି।

ଦୁଇଟି ସ୍ଥାନରୁ  ୬/୭ ଖଣ୍ଡ ହାଡ଼ ମିଳିଛି। ହାତୀ ଶିକାର ପରେ ଘଟଣାକୁ ଲୁଚାଇବା ପାଇଁ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି। ହାତୀ କଙ୍କାଳର ନମୁନା ପରୀକ୍ଷାଗାରକୁ ପଠାଯିବ। ଏହାର ରିପୋର୍ଟରୁ  ହାତୀର ମୃତ୍ୟୁ କେବେ ଓ କେମିତି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଡିଏଫ୍ଓ ଆଜି କ୍ଷେତ୍ର କର୍ମଚାରୀମାନେ ଛୁଟିଦିନମାନଙ୍କରେ ମୋବାଇଲ ଫୋନ୍ ବନ୍ଦ ରଖୁଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୋବାଇଲ ବନ୍ଦ ରଖୁଥିବାରୁ ବିଭାଗୀୟ କାମ ବାଧାପ୍ରାପ୍ତ ହେଉଛି। କେତେକ କର୍ମଚାରୀ ପୁଣି ଦରଖାସ୍ତ ନଦେଇ ଛୁଟିରେ ରହିଯାଉଛନ୍ତି। ଏଣକି ଏଭଳି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ଡିଏଫ୍ଓ ରେଂଜ ଅଧିକାରୀମାନଙ୍କୁ ଚିଠି ଲେଖି ସତର୍କ କରାଇଦେଇଛନ୍ତି। କ୍ଷେତ୍ର କର୍ମଚାରୀମାନଙ୍କୁ ଏଦିଗରେ ଅବଗତ କରିବାକୁ ସେ ଏଥିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe