ଭରତପୁର କଲୋନୀରେ ହାତୀ, ଲୋକେ ଭୟଭୀତ

ଭରତପୁର କଲୋନୀରେ ହାତୀ, ଲୋକେ ଭୟଭୀତ

ଭୁବନେଶ୍ବର: ସ୍ଥାନୀୟ ଭରତପୁର କଲୋନୀରେ ବୁଧବାର ଭୋର ପ୍ରାୟ ସାଢ଼େ ୫ଟାରେ ହାତୀ ପଶିଯାଇଛି। ତେବେ ହାତୀ ଆସିବା ଦେଖି ଲୋକେ ରାସ୍ତା ଉପରେ କିଛି ସମୟ ଠିଆ ହୋଇଯାଇଥିବାବେଳେ ହୋହଲ୍ଲା କରିଥିଲେ। କିନ୍ତୁ ହାତୀଟି ରାସ୍ତା କଡରେ ଥିବା ଏକ ପୂଜା ସାମଗ୍ରୀ ଦୋକାନରୁ କଦଳୀ ଖାଇଥିଲା। ସ୍ଥାନୀୟ ଲୋକେ କହିଥିଲେ ଯେ, ହାତୀଟି ପ୍ରାୟ ଆସେ। ଉକ୍ତ ହାତୀଟି ବନ ବିଭାଗର ପୋଷା ହାତୀ।

ବନ କର୍ମଚାରୀମାନେ ହାତୀଟିର ନା ରାମୁ ଦେଇଛନ୍ତି। ତେବେ ହାତୀଟି ଚନ୍ଦକାରେ ବୁଲୁଥିବାବେଳେ ଦୁଇ ତିନିଟି ସ୍ଥାନରେ ବାଡ ଭାଙ୍ଗି ଯାଇଥିବାରୁ ରାମୁ ନିର୍ଭୟରେ ଭରତପୁର କଲୋନୀକୁ ଆସୁଛି। ଦୁଇ ତିନିଥର ପୂର୍ବରୁ ଆସିଛି। ତେବେ ଖବରପାଇ ବନ କର୍ମଚାରୀମାନେ ରାମୁକୁ କାବୁ କରି ପୁଣି ଜଙ୍ଗଲ ଭିତରେ ଛାଡି ଦେଇଛନ୍ତି। ହାତୀଟି ସେଭଳି କାହାର କିଛି କ୍ଷତି କରିନଥିବାବେଳେ ଦୁଇଟି ଛୋଟ ଦୋକାନ ଘର ଭାଙ୍ଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗ ଚନ୍ଦକାର ଚାରିପଟେ ପଡିଥିବା ବାଡ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe