ଗାଁରେ ପଶିଲା ହାତୀ

Advertisment
ଗାଁରେ ପଶିଲା ହାତୀ

ହାଟଡିହି : ହାଟଡିହି ବ୍ଲକ୍‌ ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗ୍ରାମରେ ଆଜି ସକାଳେ ଏକ ଦନ୍ତାହାତୀ ଗାଁ ଭିତରେ ପଶି ଆତଙ୍କ ଖେଳିଇଛି। ଆଜି ସକାଳ ୭ଟାବେଳେ ହଠାତ୍‌ ଏକ ଦନ୍ତାହାତୀ ଗାଁ ଭିତରକୁ ପଶିଆସିଥିଲା। ହାତୀକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ଘରେ ପଶିଯାଇଥିଲେ।

ଅଧଘଣ୍ଟାଏ ପାଇଁ ଗାଁରେ ତାଟି କବାଟ ପଡ଼ି ଯାଇଥିଲା। ପରେ ହାତୀଟି ନିକଟସ୍ଥ ରଗୁଡ଼ିଆ ଡାହିସାହି ସ୍ଥିତ ଜଙ୍ଗଲକୁ ଚାଲି ଯାଇଥିଲା। ହାତୀଟି ନିୟମିତ ସୋସୋ, କାନପୁର, ଦନେଇପୁର ନିକଟରେ ଥିବା ଆମ୍ବତୋଟାରେ ବୁଲୁଛି। ଆଜି ସକାଳେ ବାଟହୁଡ଼ି ଗାଁ ଭିତରକୁ ପଶି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ କୌଣସି କ୍ଷୟକ୍ଷତି କରିନଥିବା ବେଳେ ତା’ର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe