CREATOR: gd-jpeg v1.0 (using IJG JPEG v62), quality = 100
କପ୍ତିପଦା/ପଦ୍ମପୋଖରୀ/ଶାଳଚୁଆ: ଔପଦା ବ୍ଲକ୍ ଗଡ଼ସାହି ପଞ୍ଚାୟତ ବେତେଇ ଗ୍ରାମର ଜୈନେକ ବୃଦ୍ଧଙ୍କ ଛାତିରେ ହାତୀ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ସୂଚନା ଅନୁସାରେ ଗ୍ରାମର ମହେଶ୍ୱର ଦେହୁରୀ(୭୦) ଗାଁ ନିକଟସ୍ଥ ମୟୂରଭଞ୍ଜ ସୀମାନ୍ତ ପଦ୍ମପୋଖରୀ ଶାସନ ସାହି ନିକଟରେ ୫ଟି ହାତୀ ଗୋଟିଏ ଜାଗାରେ ଥିବା ଖବର ପାଇ ଗ୍ରାମର ଅନ୍ୟମାନଙ୍କ ସହ ମିଶି ହାତୀ ଘଉଡ଼ାଇବାକୁ ଯାଇଥିଲେ। ହାତୀ ଘଉଡ଼ାଇବା ବେଳେ ମହେଶ୍ବରଙ୍କୁ ଗୋଟିଏ ହାତୀ ଆକ୍ରମଣ କରି ଦଳି ଦେଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ମହେଶ୍ବରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟମାନେ ସେଠାରୁ ଜୀବନ ବିକଳରେ ଦୌଡ଼ାଦୌଡ଼ି ହୋଇ ଚାଲି ଯାଇଥିଲେ। ଖବର ପାଇ ଔପଦା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଓ କପ୍ତିପଦା ରେଞ୍ଜ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଖବର ଲେଖାହେବା ଯାଏ ହାତୀମାନେ ସେଠାରୁ ଯାଇ ନଥିବା ବେଳେ ମହେଶ୍ବରଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଜଣାପଡ଼ିଛି।
Follow Us