କରଡ଼ିରେ ଆଖୁ, ତରଭୁଜ, ଆମ୍ବ ବଗିଚା ନଷ୍ଟ କଲେ ହାତୀ

Advertisment
କରଡ଼ିରେ ଆଖୁ, ତରଭୁଜ, ଆମ୍ବ ବଗିଚା ନଷ୍ଟ କଲେ ହାତୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ି ଗ୍ରାମ ନିକଟସ୍ଥ ଜଗନ୍ନାଥ ସଡ଼କ ପାର୍ଶ୍ଵରେ ଦୁଇଟି ଜଙ୍ଗଲି ହାତୀ ବ୍ୟାପକ ନଷ୍ଟ କରିଥିବା ଜଣାଯାଇଛି। ହାତୀମାନେ ମଙ୍ଗଳବାର ରାତିରେ କରଡି ଗ୍ରାମର ଶମ୍ଭୁ ଲୋଇ ଏବଂ ଦିଲ୍ଲୀପ ଲୋଇଙ୍କ ତରଭୁଜ ଓ ଆଖୁ ବଗିଚାରେ ଦଳାଚକଟା କରି ବ୍ୟାପକ ଫସଲ ନଷ୍ଟ କରିଥିଲେ। ସେହିପରି ପିଣ୍ଟୁ ସେଠୀ, ବାବୁଲାଲ ସେଠୀ, ରବି ସେଠୀ ଓ ଜିତୁ ସେଠୀଙ୍କର କଲମି ଆମ୍ବ ବଗିଚାରେ ବହୁ ଡାଳପତ୍ର ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ଖବର ପାଇ ବୌଦ୍ଧ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବାଣ ଫୁଟାଇଥିଲେ ମଧ୍ୟ ପ୍ରବଳ ଖରା ଯୋଗୁଁ  ହାତୀମାନେ ଆମ୍ବ ବଗିଚାରୁ ଯାଇନଥିଲେ। ଫଳରେ ବନ ବିଭାଗ ପକ୍ଷରୁ ସେଠାରେ ପହରା ଦିଆଯାଇ ଜଗନ୍ନାଥ ସଡ଼କ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ସାବଧାନତାର ସହିତ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ ରାତିରେ ଘଉଡ଼ାଇବା ପାଇଁ ସ୍ଥିର କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe