୧୫ ଫୁଟ କୂଅରୁ ହାତୀ ଉଦ୍ଧାର

Advertisment
୧୫ ଫୁଟ କୂଅରୁ ହାତୀ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧୀନ ପକାରୀ ପଞ୍ଚାୟତ ଜିରିଙ୍ଗପଡ଼ା ଗ୍ରାମ ନିକଟ ଜାରକେଲକା ବିଲମାଳିଆ କୂଅରୁ ଗୋଟିଏ ଛୁଆ ହାତୀକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି କୂଅ ରାସ୍ତା ଦେଇ ହାତୀ ପଲ ଯାଉଥିବା ବେଳେ ଉକ୍ତ ଛୁଆ ହାତୀଟି ଏହି କୂଅ ଭିତରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।

କୂଅର ଗଭୀରତା ୧୫ ଫୁଟ ରହିଥିବା ବେଳେ ସେଥିରେ ଥିବା ପଙ୍କ ମଧ୍ୟରେ ହାତୀଟି ଫସି ରହିଥିଲା। ହାତୀଟି ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବାହାରି ପାରିନଥିଲା। ସନ୍ଧ୍ୟା ସମୟରେ ଗ୍ରାମବାସୀ ଘଟଣା ସଂପର୍କରେ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ଜେସିବ ମେସିନ୍ ସହାୟତାରେ ବହୁ କସରତ ପରେ ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe