ଅସୁସ୍ଥ ହାତୀକୁ ଜଗିଛନ୍ତି ହାତୀପଲ

ଅସୁସ୍ଥ ହାତୀକୁ ଜଗିଛନ୍ତି ହାତୀପଲ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କେନ୍ଦେଇପଶି ନିକଟ ଗ୍ରାମ ଜଙ୍ଗଲରେ ୨୩ ଟିକିଆ ହାତୀପଲ ଡେରା ପକାଇଛନ୍ତି। ପୂର୍ବରୁ ଏହି ହାତୀପଲ ବଲାଣିପଶି, ଜହ୍ନେଇପଶି, ମାନପୁର, ପଦ୍ମପୁର ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ। ପଲରେ ଥିବା ଗୋଟିଏ ହାତୀ ଅସୁସ୍ଥ ଥିବାରୁ ଅନ୍ୟ ହାତୀମାନେ ତାକୁ ଜଗି ରହିଛନ୍ତି।

ହାତୀପଲଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି। ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ହାତୀପଲ କେନ୍ଦେଇପଶି-ଡେଣୁଆଁ ମଧ୍ୟରେ ଥିବା ଜଙ୍ଗଲରେ ଅଛନ୍ତି। ଖିରେଇଟାଙ୍ଗିରି ବନପାଳ ସୁନୀତା ବଘେଲଙ୍କ ସମେତ ବନ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏନେଇ ପାଟଣା ରେଞ୍ଜର ଘାସିରାମ ପାତ୍ରଙ୍କୁ ପଚାରିବାରୁ ଗତକାଲି ପୁରୁଣିଆସ୍ଥିତ ଜଙ୍ଗଲରେ ଥିବା ଏକ କୂଅରେ ଗୋଟିଏ ହାତୀ ପଡ଼ି ଯାଇଥିଲା। ହାତୀଟି ନିଜେ କୂଅରୁ ବାହାରିବା ପରେ ଛୋଟେ‌ଇ ଛୋଟେଇ ଚାଲୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe