ଫର୍ଣ୍ଣିଚର ଦୋକାନରୁ ଚୋରି ଘଟଣାରେ ୧୧ ଗିରଫ, ଚୋରି ସାମଗ୍ରୀ ଜବତ

Advertisment
ଫର୍ଣ୍ଣିଚର ଦୋକାନରୁ ଚୋରି ଘଟଣାରେ ୧୧ ଗିରଫ, ଚୋରି ସାମଗ୍ରୀ ଜବତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଲଇଡ଼ାରେ ଥିବା ଏକ ଫର୍ଣ୍ଣିଚର ଓ ଇଲେକ୍ଟ୍ରିକ ଦୋକାନରୁ ଚୋରି ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି।

ପୁଲିସ ସୂଚନା ଅନୁଯାୟୀ କତରବଗା ଥାନା ଅନ୍ତର୍ଗତ ଲଇଡା ବସ୍‌ଷ୍ଟାଣ୍ଡରେ ମୁକେଶ ଅଗ୍ରୱାଲଙ୍କ ଏକ ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍‌ସ ଦୋକାନ ରହିଛି। ୨୮ ତାରିଖ ରାତିରେ ଦୋକାନର ଛାତର ଟିଣ ସିଟ୍ କାଟି କିଛି ଦୁର୍ବୃତ୍ତ ଦୋକାନରେ ପଶି କାଠ ବେଡ୍ ୨ଟି, ଗଦି ୨ଟି, ତକିଆ ୧୦ଟି, ଏବଂ ଏୟାର କଣ୍ଡିସନର, ରେଫ୍ରିଜରେଟର ଇତ୍ୟାଦି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ। ଆଗରୁ ମଧ୍ୟ ଉକ୍ତ ଦୋକାନରୁ ଅନେକ ଥର ଚୋରି ହୋଇଥିବା କତରବଗା ଥାନାରେ ଅଭିଯୋଗ ହୋଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ପୁଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

publive-image

ଗିରଫ ଅଭିଯୁକ୍ତମାନେ ହେଲେ କୁଚିଣ୍ଡା ଅଞ୍ଚଳର ଚୁଡାମଣି ସାନ୍ଧ (୩୬), ଅଶୋକ ପଟେଲ (୪୪), ମଧୁସୂଦନ ଡନସାନା (୪୦), ଦିନବନ୍ଧୁ ମାର୍ଗ (୨୭), ଜଗଜ୍ଜୀବନ ମହାନନ୍ଦ (୪୬), ନିରଂଜନ ବେହେରା (୪୦), ଆତିସ ପଟେଲ (୫୦), ଅସୀମ ପଟେଲ (୪୫), ସଞ୍ଜୀବ ପଟେଲ (୪୪), ଅଶୋକ ପୃଷେଠ (୩୭)। ସେମାନଙ୍କ ପାଖରୁ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଚୋରିରେ ବ୍ୟବହୃତ ହେଉଥିବା ଲୁହା କଟର, ପ୍ଲାଷ୍ଟିକ୍ ଦଉଡି, କାଠ ହ୍ୟାଣ୍ଡେଲ ସହିତ ଲୁହା ଛଡ଼ ଆଦିକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe