ସମ୍ବଲପୁର: ସିଟି ବସ୍ରେ ହରିଣ ଶିଙ୍ଗ ଚାଲାଣ ହେଉଥିଲା। ଠେଲକୋଲୋଇ ଥାନାର ପାଟ୍ରୋଲିଂ ଟିମ୍୍ ଏ ନେଇ ମଙ୍ଗଳବାର ସକାଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲା। ଠେଲକୋଲୋଇ ଛକ ନିକଟରେ ସିଟି ବସ୍ (ଓଡି ୧୫ ବି ୧୯୩୨)କୁ ଅଟକାଇଭା ସହ ପୁଲିସ ଟିମ୍ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜଣଙ୍କ ଜରି ବ୍ୟାଗ୍ରୁ ୧୧ଟି ହରିଣ ଶିଙ୍ଗ ବାହାରି ଥିଲା।
୧୧ଟି ସିଙ୍ଗକୁ ଜବତ କରିବା ପରେ ପୁଲିସ ଅଭିଯୁକ୍ତ ସୁନ୍ଦରଗଡ଼ ହେମଗିରି ଥାନା କନିକା ଗାଁର ବିକାଶ ଜାମୁଡୋଳିଆ(୩୫)କୁ ଧରିଥିଲା। ପଚରାଉଚରା ବେଳେ ସେ ତାର ଶ୍ବଶ୍ବୁର ଧମା ଥାନା ପୁଟିଆପାଲି ଗାଁର ଲାଲା ବିଶ୍ରାଙ୍କ ଘରୁ ଉକ୍ତ ଶିଙ୍ଗଗୁଡ଼ିକୁ ଆଣିଥିବା କହିଥିଲା। ବନ୍ୟପ୍ରାଣୀ ସୁରକ୍ଷା ଆକ୍ଟ, ୧୯୭୨ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଅଭିଯୁକ୍ତ ବିକାଶ ଓ ଜବତ ଶିଙ୍ଗଗୁଡ଼ିକୁ ବନ୍ୟପ୍ରାଣୀ ଡିଏଫ୍ଓଙ୍କୁ ହସ୍ତାନ୍ତର କରିଛି।
Follow Us