ଇମାମି ପେପର ମିଲ୍‌ରେ ବୁଲିଲା ଖଣ୍ଡା; ନିର୍ଦେଶକଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା 

Advertisment

ମୁଖ୍ୟ ଅଭିଯୁକ୍ତ ଅଟକ, ଖଣ୍ଡା ଜବତ, ପ୍ରତିବାଦରେ କର୍ମଚାରୀ ସଂଘର ଧାରଣା

ମୁଖ୍ୟ ଅଭିଯୁକ୍ତ ଅଟକ, ଖଣ୍ଡା ଜବତ, ପ୍ରତିବାଦରେ କର୍ମଚାରୀ ସଂଘର ଧାରଣା

ଇମାମି ପେପର ମିଲ୍‌ରେ ବୁଲିଲା ଖଣ୍ଡା; ନିର୍ଦେଶକଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା 

ବାଲେଶ୍ବର/ରେମୁଣା: ଦିନ ଦ୍ବିପହରରେ ଇମାମି ପେପର୍‌ ମିଲ୍‌ ହଠାତ୍‌ ଅଶାନ୍ତ ହୋଇ ଉଠିଥିଲା। ଜଣେ ପୂର୍ବତ୍ତନ କର୍ମଚରୀ କ୍ୟାମ୍ପସରେ ଭିତରେ ପଶି ସଂସସ୍ଥାର ନିର୍ଦେଶକ(ଅପରେସନ) ସମେତ ୪ ଜଣଙ୍କୁ ଗ‌ୋଡ଼ାଇ ଗୋଡ଼ାଇ ହାଣିଲେ। କାଚ, ଟେବୁଲ୍‌, ଚେୟାର ଆଦି ଭାଙ୍ଗିଲେ। ଆକ୍ରମଣ ଯୋଗୁଁ ସହାୟକ ବେଣୁଧର ରାଉଳ ଗୁରୁତର ଆହତ ହୋଇଥିବା ବେଳେ ନିର୍ଦେଶକ ସୁଶିଲ୍‌ ‌କ୍ଷୈତାନ, ସଭାପତି ଆଶିଷ ଗୁପ୍ତା ଏବଂ ଏମ୍‌ବିଏସ୍‌ ନାୟର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେହିପରି ସମ୍ପୃକ୍ତ ଅଭିଯୁକ୍ତ ସୁରେନ୍ଦ୍ର ଜେନାକୁ ପୁଲିସ କାବୁ କରିବା ସହ ତାଠାରୁ ଗୋଟିଏ ଭୁଜାଲି ଜବତ କରିଛି।

ସୂଚନା ମୁତାବକ, ୩ବର୍ଷ ତଳେ  ବିଶୃଙ୍ଖଳା ଯୋଗୁଁ ସୁରେନ୍ଦ୍ର ଏବଂ ତାଙ୍କର କେତେକ ସହଯୋଗୀଙ୍କୁ ସଂସ୍ଥାରୁ ଛଟେଇ କରାଯାଇଥିଲା। ତେବେ ଛଟେଇ କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ପୁନଃ ନିଯୁକ୍ତ କରାଯାଇଥିଲେ ବି ସୁରେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ଏନେଇ ନେଇ ସୁରେନ୍ଦ୍ର ସଂସ୍ଥାରେ ବାରମ୍ବର ସସ୍ଥାରେ ଅଭିଯୋଗ କରିଥିଲେ ବି ତାଙ୍କୁ ନିଯୁକ୍ତି ଦିଆଯାଉ ନଥିଲା। ଯାହାକୁ ନେଇ ସେ ଅସନ୍ତୋଷ ଥିଲେ। ଅଉ ପ୍ରତିଶୋଧ ନେବାକୁ ସ୍ଥିର କିରଥିଲା। ବୁଧବାର ଦିନ ପାଖାପାଖି ୧ଟା ସମୟରେ ସେ ଭୁଜାଲି ଧରି ସଂସ୍ଥା କ୍ୟାମ୍ପସକୁ ପଶିଥିଲା। ନିର୍ଦେଶକ ସୁଶିଲ୍‌ଙ୍କ ଚ୍ୟାମ୍ବରକୁ ପଶି ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ଦେଖି ପାଖରେ ଥିବା ସହାୟକ ବେଣୁଧର ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସେ ତାଙ୍କୁ ହାଣିବାକୁ ପଛାଇ ନଥିଲା। ସେହିପରି ଅଶିଷ ଗୁପ୍ତା ଓ ନାୟାର ତାଙ୍କୁ ଅଟକାଇବା ପାଇଁ ଅସିଥିବା ବେଳେ ସେମାନଙ୍କୁ ବି ଛାଡ଼ି ନଥିଲା। ତାର ଏଭଳି ଆକ୍ରମଣ ଦେଖି ଜିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଥିଲେ। ସେଠାରେ ଏକ ପ୍ରକାର ଆତଙ୍କର ଖେଳିଯାଇଥିଲା। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂସ୍ଥାର କେତେକ ସୁରକ୍ଷାକର୍ମୀ ଚତୁରତାର ସହ ତାକୁ କାବୁ କରିଥିଲେ। ଖବରପାଇ ଏସ୍‌ଡିପିଓ ରିତେଶ ମହାପାତ୍ର, ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଆୟତ ହୋଇଥିଲେ ବି ଚାପା ଉତ୍ତେଜନା ଲାଗି ରହିଥିଲା। ତେବେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ସେହିପରି ପୁଲିସ ସୁରେନ୍ଦ୍ରକୁ କାବୁ କରିବା ସହ ତାଠାରୁ ଭୁଜାଲି ଜବତ କରିଥିଲା। ତେବେ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭରେ କଏଦ୍‌ ହୋଇଛି। ପୁଲିସ ତାକୁ ଅଟକ ରଖି ପଚରା ଉଚରା କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ଅନ୍ୟପଟେ ଘଟଣାକୁ ନେଇ ଇମାମି ପେପର କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛି। ସଂଘ ସଭାପତି ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ବରେ ବହୁ କର୍ମଚାରୀ ଏକତ୍ର ହୋଇ ଧାରଣା ଦେବା ସହ ନିନ୍ଦା କରିଛନ୍ତି।  ଘଟଣା ପଛରେ ଅନ୍ୟମାନଙ୍କ ହାତ ରହିଛି। ଏହାର ତଦନ୍ତ କାରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବ‌ୋଲି ସଂଘ ଦାବି କରିଛି। ଇମାମି ପେପର ମିଲ୍‌ ମଜ୍‌ଦୁର ସଂଘ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛି। ତୁରନ୍ତ ଅଭିଯୁକ୍ତଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ପ‌ଦ୍ମଲୋଚନ ନାୟକ, ସାଧାରଣ ସମ୍ପାଦକ ଭବାନନ୍ଦ ଶତପଥୀ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe