ବିଶିଷ୍ଟ ଐତିହାସିକ ଦୀପକ ଷଡ଼ଙ୍ଗୀଙ୍କ ପରଲୋକ

Advertisment
ବିଶିଷ୍ଟ ଐତିହାସିକ ଦୀପକ ଷଡ଼ଙ୍ଗୀଙ୍କ ପରଲୋକ

ବାରିପଦା : ବିଶିଷ୍ଟ ଐତିହାସିକ, ଶିକ୍ଷାବିତ୍, ଗବେଷକ ତଥା ପ୍ରଶାସକ ଦୀପକ ଷଡ଼ଙ୍ଗୀଙ୍କର ଆଜି ବାରିପଦାଠାରେ ପରଲୋକ ହୋଇଯାଇଛି। କିଛିଦିନ ହେବ ଅସୁସ୍ଥତା କାରଣରୁ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି।

ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ବନ୍ଧାନଟାରେ ଶ୍ରୀ ଷଡ଼ଙ୍ଗୀ ଜନ୍ମଗ୍ରହଣ କରିଥିଲେ। ସେ ଖଣ୍ଡମୌଦା ଓଡ଼ିଆ ହାଇସ୍କୁଲର ପ୍ରଥମ ବ୍ୟାଚ୍ ଛାତ୍ର ଥିଲେ। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ସ୍ବର୍ଗତ ଷଡ଼ଙ୍ଗୀ ଥିଲେ ଜଣେ ସମର୍ପିତ ବ୍ୟକ୍ତିତ୍ୱ। ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁକ୍ତ ୨ କାଉନସିଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଉତ୍କଳ ସମ୍ମିଳନୀ ମୟୂରଭଞ୍ଜ ଶାଖାର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଓଜସ୍ୱିନୀ ବକ୍ତା, ଛାତ୍ରବତ୍ସଳ ଶିକ୍ଷକ ପ୍ରଫେସର ଷଡ଼ଙ୍ଗୀଙ୍କ ପରଲୋକରେ ମୟୂରଭଞ୍ଜ ଓ ବିଚ୍ଛିନ୍ନାଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ଷଡ଼ଙ୍ଗୀ ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଷଡ଼ଙ୍ଗୀଙ୍କ ବଡ଼ ଭାଇ। ଆଜି ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଷଡ଼ଙ୍ଗୀଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାରୁଣୀ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe