ରେଳ ଦୁର୍ଘଟଣା ଏଡ଼ାଇବା ଉପରେ ଗୁରୁତ୍ବ: ଭଦ୍ରକ-ବିଶାଖାପାଟଣା ମଧ୍ୟରେ ‘କବଚ’

Advertisment

ଦୁର୍ଘଟଣା ହ୍ରାସ କରି ଟ୍ରେନ୍‌ ଚଳାଚଳ ସୁଗମ କରିବା ଦିଗରେ ରେଳ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। ରୋଡ୍ ଓଭର ବ୍ରିଜ୍(ଆରଓବି) ଏବଂ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ନିର୍ମାଣ, ନିରାପଦ ଯାତାୟାତ ପାଇଁ ସୀମିତ ଉଚ୍ଚତା ବିଶିଷ୍ଟ....

ଦୁର୍ଘଟଣା ହ୍ରାସ କରି ଟ୍ରେନ୍‌ ଚଳାଚଳ ସୁଗମ କରିବା ଦିଗରେ ରେଳ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। ରୋଡ୍ ଓଭର ବ୍ରିଜ୍(ଆରଓବି) ଏବଂ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ନିର୍ମାଣ, ନିରାପଦ ଯାତାୟାତ ପାଇଁ ସୀମିତ ଉଚ୍ଚତା ବିଶିଷ୍ଟ....

body of the youth was recovered from the railway tracks near Punama Gate

body of the youth was recovered from the railway tracks near Punama Gate

ଭୁବନେଶ୍ବର: ଦୁର୍ଘଟଣା ହ୍ରାସ କରି ଟ୍ରେନ୍‌ ଚଳାଚଳ ସୁଗମ କରିବା ଦିଗରେ ରେଳ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। ରୋଡ୍ ଓଭର ବ୍ରିଜ୍(ଆରଓବି) ଏବଂ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ନିର୍ମାଣ, ନିରାପଦ ଯାତାୟାତ ପାଇଁ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ(ଏଲ୍‌ଏଚ୍‌ଏସ୍‌), ସାଧାରଣ ଜନତା ଓ ପଶୁମାନଙ୍କୁ ଟ୍ରାକ୍‌ଠାରୁ ଦୂରେଇ ରଖିବାକୁ ବାଡ଼ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାବ୍ୟତୀତ ଟ୍ରେନ୍ ଧକ୍କା ଏଡ଼ାଇବାକୁ କବଚ ପ୍ରଣାଳୀ ପ୍ରୟୋଗ କରି ନିରାପତ୍ତାକୁ ବୃଦ୍ଧି କରାଇବା ଦିଗରେ ମଧ୍ୟ ପଦ‌କ୍ଷେପ ନିଆଯାଇଛି। ଟ୍ରେନ୍ ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସହ ପୂର୍ବତଟ ରେଳପଥର ଟ୍ରାକ୍ ରକ୍ଷଣାବେକ୍ଷଣ, କର୍ମଚାରୀଙ୍କ ତାଲିମ, ପ୍ରଯୁକ୍ତିବିଦ୍ୟା ଏକୀକରଣ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି।

ରେଳ ଧାରଣା ନିକଟକୁ ଅବୈଧ ପ୍ରବେଶ ଓ ଦୁର୍ଘଟଣା ସହ ଜଡ଼ିତ ସମସ୍ୟାର ସମାଧାନ କରିବା ଉପରେ ପଦକ୍ଷେପ ନିଆଯାଇଛି। ପଥଚାରୀ, ପ୍ରାଣୀ ଓ ଯାନବାହନ ଦ୍ୱାରା ଅନଧିକୃତ ପ୍ରବେଶକୁ ଏଡ଼ାଇବାକୁ ରେଳପଥର ଅସୁରକ୍ଷିତ ଷ୍ଟ୍ରେଚ୍ ସହିତ ସୁରକ୍ଷା ବାଡ଼ ସ୍ଥାପନ ହେଉଛି। ଫିକ୍ସ ନଟ୍ ଫେନସିଂ ଓ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରସ୍ ପ୍ରତିବନ୍ଧକ ସହ ଏହି ଫେନସିଂ ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱର-ପଲାସା ରେଳ ମାର୍ଗରେ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଏହା ଦ୍ବାରା ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଚଳାଚଳ କରିବା ସହ ରେଳ ଟ୍ରାକ୍‌ ନିକଟରେ ଗାଈଗୋରୁ ଚରିବା ଓ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇପାରିବ। ଭଦ୍ରକ-ପଲାସା ଓ ଖୋର୍ଦ୍ଧାରୋଡ୍-ପୁରୀ ରେଳ ସେକ୍ସନରେ ଏହି ସୁରକ୍ଷା ବାଡ଼ ପଦକ୍ଷେପ ପାଇଁ ରେଳ ମନ୍ତ୍ରଣାଳୟ ୨୭୫.୦୧ କୋଟି ଟଙ୍କା ମଞ୍ଜୁର କରିଛି। ରାଣୀତାଲ(ଭଦ୍ରକ)-ଦୁଭାଡା(ବିଶାଖାପାଟଣା) ମଧ୍ୟରେ ଥିବା ହାଓଡ଼ା-ଚେନ୍ନାଇ ମେନ୍ ଲାଇନ୍‌ରେ କବଚ ତଥା ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍(ଏଟିପି) ପ୍ରଣାଳୀ ସ୍ଥାପନ କରିବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଏହି ପ୍ରକଳ୍ପ ପାଇଁ ୨୮୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ଟ୍ରେନ୍ କାର୍ଯ୍ୟରେ ଉନ୍ନତି ଆଣିବା ଏବଂ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବାକୁ ଖୋର୍ଦ୍ଧାରୋଡରେ ଥିବା ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍(ଟିଏମ୍ଏସ୍) ପ୍ରବର୍ତ୍ତନ କରିଛି। ନିକଟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ କଟକ ଜିଲ୍ଲାର କଟକର ରାଜଆଠଗଡ଼, ରାଧାକିଶୋରପୁର ଓ ମାଛପୁର ଷ୍ଟେସନ୍‌କୁ ସଂଯୋଗ କରୁଥିବା ୧୦.୮୯ କିମି ରେଳ ଫ୍ଲାଏଓଭର ନିର୍ମାଣ କରିବାକୁ ୨୬୮.୯୨ କୋଟି ଏବଂ ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନରେ ୫.୫୦ କିମି ରେଳ ଫ୍ଲାଏଓଭର ପାଇଁ ୨୩୯.୮୩ କୋଟି ରାୟପୁର-ବିଜୟନଗରମ୍‌ ରେଳଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ଏହାବ୍ୟତୀତ ଖୋର୍ଦ୍ଧାରୋଡରେ ୭.୪୧ କିମିର ଫ୍ଲାଏଓଭର ପାଇଁ ୧୯୧.୮୭ କୋଟି, ସମ୍ବଲପୁରରେ ୮.୧୦ କିମିର ଫ୍ଲାଏଓଭର ପାଇଁ ୨୮୮.୬୧ କୋଟି, ଟିଟିଲାଗଡରେ ୮.୧୧ କିମି ଦୈର୍ଘ୍ୟର ୧୮୩.୮୯ କୋଟି ଟଙ୍କାର ଏକ ଫ୍ଲାଏଓଭର ପ୍ରକଳ୍ପ ନିର୍ମାଣ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ଲାଜକୁରାଠାରେ ଫ୍ଲାଏଓଭର ସର୍ଭେ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରାକ୍‌ ନିରାପତ୍ତାକୁ ବୃଦ୍ଧି କରାଇବା ଓ ଟ୍ରେନ୍‌ ଯାତାୟାତ ଗୁଣରେ ଉନ୍ନତି ଆଣିବାକୁ ପୂର୍ବତଟ ରେଳପଥ ଉନ୍ନତ ୯୬-ଷ୍ଟୋନ୍‌ ରେଲ୍‌ ଗ୍ରାଇଣ୍ଡିଂ ମେସିନ୍‌କୁ ସ୍ଥାପନ କରିଛି। ଏହି ୧୬୫ ମିଟର ଲମ୍ବ ଯନ୍ତ୍ର ୯୬ ଗ୍ରାଇଣ୍ଡିଂ ଷ୍ଟୋନ୍‌ ସହ ସଜ୍ଜିତ ରହିଛି, ଯାହାକି ରେଳ ତ୍ରୁଟିକୁ ଦକ୍ଷତାର ସହିତ ଦୂର କରିବ। ଘଣ୍ଟା ପ୍ରତି ୨୨ କିମି ବେଗରେ କାର୍ଯ୍ୟ କରିବାରେ ଏହା ସକ୍ଷମ। ଏହି ରେଲ୍‌ ଗ୍ରାଇଣ୍ଡିଂ ମେସିନ୍ ୱାଲଟିୟର, ସମ୍ବଲପୁର ଓ ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ନିୟୋଜିତ ହୋଇଛି। ଏଥିସହ ସୁଇଚ୍ ଓ ଲେଭଲ୍ କ୍ରସିଂ ପରି ଜଟିଳ ଟ୍ରାକ୍ ସେକ୍ସନଗୁଡ଼ିକ ବଜାୟ ରଖିବାକୁ ପୂର୍ବତଟ ରେଳପଥ ଏକ ୨୦-ଷ୍ଟୋନ୍ ସ୍ପେସାଲ୍ ରେଲ୍‌ ଗ୍ରାଇଣ୍ଡିଂ ମେସିନ୍ କାର୍ଯ୍ୟକ୍ଷମ କରିଛି। ଆଜି ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୧୫୫ କିମି ରେଳ ନବୀକରଣ, ୨୮୩ କିମି ସ୍ଲିପର୍ ନବୀକରଣ, ୮୬ଟି ବ୍ରିଜ୍ ପୁନର୍ବିନ୍ୟାସ କାର୍ଯ୍ୟ ଓ ୨୦,୫୪୯ କିମି ଅଲଟ୍ରାସୋନିକ୍ ପରୀକ୍ଷଣକୁ ସୁନିଶ୍ଚିତ କରାଯାଇ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe