ଶିଳ୍ପ ବିକାଶକୁ ଗୁରୁତ୍ୱ, ଲୋକଙ୍କ ସ୍ବାର୍ଥ ପଛ: ରାୟଗଡ଼ାରେ ୮୦% ଗରିବ, ବଞ୍ଚିବାର ରାହା ଟଙ୍କିକିଆ ଚାଉଳ

Advertisment

ପ୍ରାକୃତିକ ଓ ଖଣିଜ ସମ୍ପଦରେ ଭରପୂର ରାୟଗଡ଼ା ଜିଲ୍ଲା। ଖଣି ଖାଦାନ ଓ ଉତ୍କୃଷ୍ଟମାନର କଞ୍ଚାମାଲକୁ ବ୍ୟବହାର କରି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଉତ୍କଳ ଆଲୁମିନା, ଇମ୍ଫା, ଜେକେ କାଗଜକଳ ଭଳି ବୃହତ୍‌ ଶିଳ୍ପାନୁଷ୍ଠାନ।

ପ୍ରାକୃତିକ ଓ ଖଣିଜ ସମ୍ପଦରେ ଭରପୂର ରାୟଗଡ଼ା ଜିଲ୍ଲା। ଖଣି ଖାଦାନ ଓ ଉତ୍କୃଷ୍ଟମାନର କଞ୍ଚାମାଲକୁ ବ୍ୟବହାର କରି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଉତ୍କଳ ଆଲୁମିନା, ଇମ୍ଫା, ଜେକେ କାଗଜକଳ ଭଳି ବୃହତ୍‌ ଶିଳ୍ପାନୁଷ୍ଠାନ।

ସୁଧୁରିବା ଆରମ୍ଭ କଲାଣି ଶିଳ୍ପ ଅର୍ଥନୀତି, ଏପ୍ରିଲ୍ ପରେ ଆସିଲାଣି ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ

କେ. ଶିବପ୍ରସାଦ ଦୋରା
ରାୟଗଡ଼ା: ପ୍ରାକୃତିକ ଓ ଖଣିଜ ସମ୍ପଦରେ ଭରପୂର ରାୟଗଡ଼ା ଜିଲ୍ଲା। ଖଣି ଖାଦାନ ଓ ଉତ୍କୃଷ୍ଟମାନର କଞ୍ଚାମାଲକୁ ବ୍ୟବହାର କରି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଉତ୍କଳ ଆଲୁମିନା, ଇମ୍ଫା, ଜେକେ କାଗଜକଳ ଭଳି ବୃହତ୍‌ ଶିଳ୍ପାନୁଷ୍ଠାନ। ଆଗକୁ ବେଦାନ୍ତ ଓ ଆଦାନୀ ଗ୍ରୁପ୍‌ ଏହି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଦିନକୁ ଦିନ ଶିଳ୍ପର ଅଭିବୃଦ୍ଧି ହେଉଥିବା ବେଳେ ପଛରେ ପଡ଼ିଛି ଜିଲ୍ଲାର ବିକାଶ। ଜିଲ୍ଲାର ୮୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ଥିବା ବେଳେ ଟଙ୍କିକିଆ ଚାଉଳ ବଞ୍ଚିବାର ରାହା ପାଲଟିଛି। ଏବେ ବି ୬୦ ପଞ୍ଚାୟତରେ ମୋବାଇଲ ସେବା ଅପହଞ୍ଚ ହୋଇରହିଛି। ଆଶାନୁରୂପ ବିକାଶ ହୋଇ ପାରିନଥିବାରୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ରାୟଗଡ଼ା ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲାର ମାନ୍ୟତା ଦେଇଛନ୍ତି।

୪୦୦ ଗାଁକୁ ରାସ୍ତା, ୮୦୦ ଗାଁକୁ ନାହିଁ ବିଦ୍ୟୁତ୍‌ ସଂଯୋଗ
ଏବେ ବି ୬୦ ପଞ୍ଚାୟତରେ ମୋବାଇଲ୍‌ ସେବା ଅପହଞ୍ଚ

ଓଡ଼ିଶାର ପ୍ରଥମ ପଞ୍ଜୀକୃତ କାରଖାନା ଭାବେ ରାୟଗଡ଼ାରେ ପ୍ରତିଷ୍ଠା ହୋଇଥିଲା ଜୟପୁର ସୁଗାର କମ୍ପାନି (ଜେଏସ୍‌କୋ)। କିଛି ବର୍ଷ ଚାଲିବା ପରେ ଜେଏସ୍‌କୋ ଫେରୋ ମାଙ୍ଗାନିଜ୍‌ କାରଖାନା ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜେ‌କେପୁରରେ ଜେକେ କାଗଜ କଳ, ଥେରୁବାଲିରେ ଇମ୍ଫା ଫେରୋକ୍ରୋମ୍‌ କାରଖାନା ଏବଂ କାଶୀପୁରରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍‌ ଭଳି ବଡ଼ ବଡ଼ କାରଖାନା ସଫଳ ଭାବେ ଆଜି ଯାଏ ଚାଲିଛି। ଜିଲ୍ଲାର ୧୧ ବ୍ଲକ୍‌ରେ କିଛି ନା କିଛି ଖଣିଜ ସମ୍ପଦ ରହିଛି। ଏହାଛଡ଼ା କାଶୀପୁର, ରାୟଗଡ଼ା, କଲ୍ୟାଣସିଂହପୁର ଏବଂ ମୁନିଗୁଡ଼ା ଅଞ୍ଚଳରେ ଉନ୍ନତମାନର ବକ୍ସାଇଟ୍‌, ମାଙ୍ଗାନିଜ୍‌, ଗ୍ରାଫାଇଟ୍‌ ଭଳି ଖଣିଜ ସଂପଦ ଭରପୁର ରହିଛି। କାଶୀପୁର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣରେ ବକ୍ସାଇଟ୍‌ ରହିଥିବାରୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା ରିଫାଇନାରି ବାଫଲାମାଳିରୁ ବକ୍ସାଇଟ୍‌ ଉତ୍ତୋଳନ କରି ୨୦୧୨ରେ ଉତ୍ପାଦନ ଆରମ୍ଭ କରିଥିଲା। ବର୍ତ୍ତମାନ ୮ ହଜାର କୋଟି ଟଙ୍କା ବିନିଯୋଗରେ କଂସାରିଗୁଡ଼ାରେ ପ୍ରତିଷ୍ଠା ହେବାକୁ ଯାଉଛି ଏହାର ଦ୍ବିତୀୟ ରିଫାଇନାରି ପ୍ଲାଣ୍ଟ। ସେହିପରି ବେଦାନ୍ତ ଏବଂ ଆଦାନୀ ଗ୍ରୁପ୍‌ ମଧ୍ୟ କାଶୀପୁର, କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳରେ ବକ୍ସାଇଟ୍‌ ଖଣି ଲିଜ୍‌ ପାଇଛନ୍ତି। ହେଲେ ଖଣିଖାଦାନ ଅଞ୍ଚଳର ଜନସାଧାରଣ ଆଜି ବି ଦାରିଦ୍ର୍ୟ କଷାଘାତରେ ଜର୍ଜରିତ। 

ଅପପୁଷ୍ଟି, ଝାଡ଼ାବାନ୍ତି ଓ ବିଭିନ୍ନ ରୋଗ ଏଠାକାର ବାସିନ୍ଦାଙ୍କର ଚିରସହଚର। ଗର୍ଭବତୀ ଭାରରେ ବୁହାହେବା ଏ ଅଞ୍ଚଳରେ ନିତ୍ୟନୈମିତ୍ତିକ ଘଟଣା। କଲ୍ୟାଣସିଂହପୁରରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବାସ କରୁଥିବା ବେଳେ ଏମାନଙ୍କ ଜୀବନଧାରଣ ଶୈଳୀରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ଆସିପାରିନି। ସୂଚନା ଅନୁଯାୟୀ, ଜିଲ୍ଲାର ୮୦ ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଗୋଟିଏ ପଟେ ହଜାର ହଜାର କୋଟି ଟଙ୍କା ବିନିଯୋଗ କରି କମ୍ପାନିମାନେ କାରଖାନା ପ୍ରତିଷ୍ଠା କରୁଥିବା ବେଳେ ଖଣି ଅଞ୍ଚଳର ଜନସାଧାରଣ ମୌଳିକ ସୁବିଧା ଭାବେ ଶିକ୍ଷା, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ ରହିଛନ୍ତି। ୧୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଅଧିକାଂଶ ଜନସାଧାରଣ ସରକାରୀ ଯୋଜନା ଉପରେ ହିଁ ନିର୍ଭରଶୀଳ। ଟଙ୍କିକିଆ ଚାଉଳ ହିଁ ବଞ୍ଚିବାର ମାଧ୍ୟମ। ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୫୨ ହଜାର ୫୪୮ ପରିବାର ଟଙ୍କିକିଆ ଚାଉଳ ପାଉଛନ୍ତି। ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ମ୍ୟାଲେରିଆ, ଡେଙ୍ଗୁ, ଝାଡ଼ାବାନ୍ତିର ଦୁର୍ନାମରୁ ଆଜି ଯାଏ ଜିଲ୍ଲା ମୁକୁଳି ପାରୁନି। ଏହା ବାଦ ଗୁଣିଗାରେଡ଼ି, ବାଲ୍ୟବିବାହ, କୁପୋଷଣ ସମସ୍ୟା ଚିତ୍ର ମଧ୍ୟ ସମାନ। ଶିକ୍ଷା ଅଭାବରୁ ଅନୁସୂଚିତ ଜାତି ଏବଂ ଜନଜାତିର ଯୁବକ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି। ଆଜି ବି ଜିଲ୍ଲାର ୪୦୦ରୁ ଊର୍ଦ୍ଧ୍ବ ଗାଁକୁ ରାସ୍ତା ନାହିଁ, ୮୦୦ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇନି। ୧ ହଜାରରୁ ଅଧିକ ଗାଁରେ ପିଇବା ପାଇଁ ବିଶୁଦ୍ଧ ଜଳର ବ୍ୟବସ୍ଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe