ମନ୍ତ୍ରୀଙ୍କ ଜୋତା ଧରି ପଛେ ପଛେ ଚାଲିଲେ କର୍ମଚାରୀ

Advertisment
ମନ୍ତ୍ରୀଙ୍କ ଜୋତା ଧରି ପଛେ ପଛେ ଚାଲିଲେ କର୍ମଚାରୀ

ରାୟଗଡ଼ା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା ଜିଲ୍ଲାରେ ଏକ କର୍ମୀ ସମାବେଶରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଜୋତାକୁ ଆଉ ଜଣେ କର୍ମୀ ଧରି ପଛରେ ଚାଲିଚାଲିିଯିବା ଘଟଣା ସମୟ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ସକାଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା ଜିଲ୍ଲାରେ ଏକ କର୍ମୀ ସମାବେଶରେ ଯୋଗ ଦେବାକୁ ଆସିଥିଲେ।ଏହି କର୍ମୀ ସମାବେଶ ନିକଟସ୍ଥ ଏକ ଶିବ ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଓରାମ ଶିବମନ୍ଦିରକୁ ଯୋତା ଖୋଲି ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ନିକଟସ୍ଥ ମଣ୍ଡପରେ ଯେଉଁଠାରେ କର୍ମୀ ସମାବେଶ ହେଉଥିଲା, ସେଠାକୁ ଯାଇଥିଲେ। ମାତ୍ର ଶ୍ରୀ ଓରାମ ଆଉ ଜୋତା ପିନ୍ଧି ନ ଥିଲେ। ଖାଲିଗୋଡ଼ରେ ସେ ଶିବ ମନ୍ଦିରକୁ ଯାଇଥିବା ବେଳେ ସେହି ଖାଲିପାଦରେ କର୍ମୀ ସମାବେଶସ୍ଥଳ ମଣ୍ଡପକୁ ଚାଲି ଆସିଥିଲେ। ତେଣୁ ଶ୍ରୀ ଓରାମଙ୍କର ଜଣେ କର୍ମଚାରୀ ତାଙ୍କ ଜୋତା ଧରି ପଛରେ ଚାଲିଚାଲି ଯାଇଥିଲେ। ଏହି ଦୃଶ୍ୟ ବହୁ ଲୋକ ଦେଖିବା ପରେଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe