ମୃତ୍ୟୁ ଏମିତି ଆସେ: ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିଲେ, ଟଳି ପଡ଼ିଲେ

୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଛତ୍ରପୁର: ‘ମୃତ୍ୟୁ’ କାହା ପାଇଁ କେତେବେଳେ କେଉଁ ରୂପ ନେଇ ଆସିବ, ତାହା କେହି ଜାଣି ନଥାନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଅଳ୍ପ ସମୟ ପରେ ସେ ବଂଚିଥିବ, ତାହାର କିଛି ସୁନିଶ୍ଚିତତା ନାହିଁ। ଆଜି ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ କାର୍ଯ୍ୟରତ ଦପ୍ତରୀ ଡି.ଭେଙ୍କଟଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅବସ୍ଥାରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

ଛତ୍ରପୁର ବ୍ଲକ ଚିକଲଖଣ୍ଡତି ପଞ୍ଚାୟତର ସାଇଭଜେନାପଲ୍ଲୀ ଗ୍ରାମରେ ତାଙ୍କ ଘର। ସବୁଦିନ ଭଳି ସେ ଆଜି କାର୍ଯ୍ୟାଳୟକୁ ଆସି ନିଜ ସିଟ୍‌ରେ ବସି କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ହଠାତ୍‌ ତଳେ ପଡ଼ି ଯାଇଥିଲେ। କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଭେଙ୍କଟଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ୍‌ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରାଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଛତ୍ରପୁର ଡାକ୍ତରଖାନାରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଥିଲା। ନିଜ ଗ୍ରାମରେ ଭେଙ୍କଟଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe