ମିଳୁ ନାହିଁ ଉଚିତ୍ ଇପିଏଫ୍ ଓ ପେନସନ, ଫୁଲବାଣୀରେ ୨ ଘଣ୍ଟିଆ ଧାରଣା ଦେଲେ କର୍ମଚାରୀ

Advertisment
ମିଳୁ ନାହିଁ ଉଚିତ୍ ଇପିଏଫ୍ ଓ ପେନସନ, ଫୁଲବାଣୀରେ ୨ ଘଣ୍ଟିଆ ଧାରଣା ଦେଲେ କର୍ମଚାରୀ

ଫୁଲବାଣୀ :ଓଡିଶା ଉଠା ଜଳସେଚନ ନିଗମ,ଓଡିଶା ସଡକ ପରିବହନ,ଆଗ୍ରୋ ଇଣ୍ଡ୍ରିଟିଜ୍ ଓ ଇଣ୍ଡିଆ ଅଏଲରେ କାମ କରୁଥିବା କର୍ମଚାରୀଙ୍କୁ ମିଳୁନି ଆବଶ୍ୟକ ଇପିଏଫ ଓ ପେନସନ। କନ୍ଧମାଳରେ ଏମିତି ୧ହଜାର କର୍ମଚାରୀ ଥିଲେ ବି ସେମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇପିଏଫ ଓ ପେନସନ ମିଳୁ ନାହିଁ। ସ୍ବଳ୍ପ ଦରମା ସାଙ୍ଗକୁ କମ୍ ଇପିଏଫ ଓ ପେନସନରେ କର୍ମଚାରୀମାନେ ବହୁ ଦୁଃଖରେ ଦିନ କାଟୁଛନ୍ତି। ପରିବାର ଚଳାଇବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ଏହାକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଆସୁଛି।

ଏନେଇ ରାଜ୍ୟ ସଂଘ ବହୁବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ହେଲେ ସରକାର ଏଥି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଇପିଏଫ ପେନସନ ଯୋଜନାର ୨୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସଂଘ ଆହ୍ବାନ କ୍ରମେ ଆଜି ଫୁଲବାଣୀ ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ପ୍ରମୋଦ କୁମାର ଭୂୟାଁ ଓ କେଦାର ପାତ୍ରଙ୍କ ନେତୃତ୍ବରେ ୨ ଘଣ୍ଟିଆ ଧାରଣା ଦିଆଯାଇଥିଲା। ଏଥିରେ ମୀନକେତନ ସ୍ବାଇଁ,ପ୍ରକାଶ କୁମାର ସାହୁ,ପରସ୍ତମ ନାୟକ,ଉପେନ୍ଦ୍ର ବେହେରା, ଉପେନ୍ଦ୍ରନାଇ ପୃଷ୍ଟି,ରଘୁନାଥ ରାୟ,ପ୍ରଫୁଲ୍ଲ କୁମାର ଦଳେଇ,ବିଜୟ କୁମାର ସାହୁ,ରୁପେଶ୍ବର ବେହେରାଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କନ୍ଧମାଳରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ପାତ୍ର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe