Telegraph India
ଢେଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନିର କର୍ମଚାରୀଙ୍କ ମୃତ୍ୟୁ। ମୃତକଜଣ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ (୫୦)ବୋଲି ଜଣାପଡ଼ିଛି। ଅଫିସକୁ ଯାଉଥିବା ସମୟରେ ତାଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ, ଢେଙ୍କାନାଳ ଜିଲାର ମୋଟଙ୍ଗା ଥାନା ଅନ୍ତର୍ଗତ ମଧୁସୂଦନ ସ୍ୱାଇଁ ପ୍ରାତଃ ସମୟରେ ନବ ଭାରତ ଭେଞ୍ଚର କମ୍ପାନିକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିଲା। ସେ ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନିର ସାଇପ୍ରୀତି କଣ୍ଟ୍ରାକ୍ଟରଙ୍କ ଅଧୀନରେ ବହୁ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ବୋଲି ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁ ପରେ କମ୍ପାନି ଓ ବନ୍ୟ ବିଭାଗ ତରଫରୁ ଯଦି ଅନୁଦାନ ରାଶି ମିଳେ, ତେବେ ତାଙ୍କ ପରିବାର ଲୋକ ଚଳି ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
Follow Us