୨୦ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ କର୍ମଚାରୀ

Advertisment
୨୦ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ କର୍ମଚାରୀ

The Economic Times

ଭୁବନେଶ୍ବର : ଗ୍ରୁପ୍-ଏ ଓ ବି ସରକାରୀ କର୍ମଚାରୀମାନେ ଚଳିତ ମାସ ୨୦ ତାରିଖ ସୁଦ୍ଧା ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଚ୍‌ଆର୍‌ଏମ୍‌ଏସ୍‌ ମାଧ୍ୟମରେ ତାଲିକା ଦାଖଲ କରାଯିବ। ଏହି ସମ୍ପତ୍ତି ତାଲିକା ସର୍ବସାଧାରଣରେ ଉପଲବ୍ଧ ହେବ। ପ୍ରତି ବର୍ଷ ଜାନୁଆରି ୩୧ ତାରିଖ ସୁଦ୍ଧା ତାଲିକା ଦାଖଲ କରିବାକୁ ନିୟମ ରହିଛି। କିନ୍ତୁ କରୋନା ପାଇଁ ଏ ବର୍ଷ ସରକାର ଦୁଇଟି ପର୍ଯ୍ୟାୟରେ ଏହି ସମୟସୀମାକୁ ବଢ଼ାଇଥିଲେ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ କୁହାଯାଇଥିଲା। କିନ୍ତୁ ବହୁ କର୍ମଚାରୀ କରୋନା ପରିଚାଳନା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଏହି ସମୟସୀମା ମଧ୍ୟରେ ନିଜ ତାଲିକା ଦେଇ ନ ଥିଲେ। ତେଣୁ ଗତ ସପ୍ତାହରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଚିଠି ସବୁ ବିଭାଗକୁ ଦିଆଯାଇ ସେପ୍ଟେମ୍ବର ୨୦କୁ ଶେଷ ତାରିଖ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe