ଜିଲ୍ଲା ପ୍ରଶାସନ ନଛୋଡ଼ବନ୍ଧା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅସ୍ଥାୟୀ ବସଷ୍ଟାଣ୍ଡ କାମ ଆରମ୍ଭ

Advertisment

ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଜିଲ୍ଲା ପ୍ରଶାସନ ନଛୋଡ଼ବନ୍ଧା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅସ୍ଥାୟୀ ବସଷ୍ଟାଣ୍ଡ କାମ ଆରମ୍ଭ

ଭବାନୀପାଟଣା : ନିଜ ଜିଦରେ ଅଟଳ ରହି କଳାହାଣ୍ଡି ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ସହରସ୍ଥିତ ନୂଆ ବସ୍‌ଷ୍ଟାଣ୍ଡକୁ ଭଙ୍ଗାଯାଇ ଏହା ନିକଟରେ ନୂତନ ବସ୍‌ ଟର୍ମିନାଲ ନିର୍ମାଣ ହେବ। ଏଥିଯୋଗୁଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଜିଦ କରି ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ ହୋଇଛି।

ଏନେଇ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଠି ନଂ. ୨୬୪୩/୦୨-୧୨-୨୦୨୧ରେ ଅନୁରୋଧ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟର ଏହି ନିଷ୍ପତ୍ତିକୁ ଅସ୍ୱୀକାର କରିଥିଲା। ଶୁକ୍ରବାର ଠାରୁ ଭବାନୀପାଟଣା ମ୍ୟୁନିସିପାଲିଟି ପକ୍ଷରୁ ଅସ୍ଥାୟୀ ଦୋକାନ ଓ ବିଭିନ୍ନ ସମତୁଳ କାମ ପକଲିନ୍‌ ‌ଲଗାଇ ଆରମ୍ଭ କରାଯାଇଛି। ଏହି ସ୍ଥାନଟି ସହରରୁ ବହୁ ଦୂରରେ ରହିଛି। ଗରିବ ଲୋକମାନେ ଅଟୋ ଓ ଟେକ୍ସି ଭଡ଼ା କରି ଖର୍ଚ୍ଚାନ୍ତ ହେବେ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe