ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାୟୋବର ମୃତ୍ୟୁ

Advertisment
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାୟୋବର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କହିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ପୁଲିସ କଟ୍ଟୁର ଥାନା ଅଞ୍ଚଳରେ ଚଢାଉ କରିଥିଲେ। ନକ୍ସଲ ଏବଂ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଜଙ୍ଗଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆକ୍ସନ ଟିମର କମାଣ୍ଡର ସାୟୋବର ମୃତ ଦେହକୁ ଉଦ୍ଧାର କରିଥିଲା। ସାୟୋବ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କଟୁର,ଫରେସଗଡ,ବେଦରେ ଏବଂ ଭୋପାଲପାଟଣମ୍ ଅଞ୍ଚଳରେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଘଟଣାସ୍ଥଳରୁ ବନ୍ଧୁକ,ବୋମା ସମେତ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପୁଲିସ ସାୟୋବର ନକ୍ସଲ ପୋଷାକ ପିନ୍ଧିଥିବା ଏବଂ ବନ୍ଧୁକ ଧରିଥିବା ଏକ ପୋଷ୍ଟରକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶିତ କରିଛି। ସାୟୋବର ମୃତ୍ୟୁରେ ସଂଗଠନକୁ ବଡ଼ ଝଟକା ଲାଗିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe