ଖୋର୍ଦ୍ଧାରେ ଏନ୍‌କାଉଣ୍ଟର, ଜଣେ ଗୁରୁତର

ଏସ୍‌ଟିଏଫ୍-ମାଫିଆ ମୁହାଁମୁହିଁ

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର, ଜଣେ ଗୁରୁତର

ଭୁବନେଶ୍ବର : ଆଜି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଖୋର୍ଦ୍ଧା ସହରର ଟିଏଲ୍‌ସି ରୋଡ୍‌ର ଭାଲିଆବାଡ଼ି ଖେଳପଡ଼ିଆ ନିକଟରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଓ ଖଣି ମାଫିଆଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଏନ୍‌କାଉଣ୍ଟରରେ ଜଣେ ଖଣି ମାଫିଆ ଆହତ ହୋଇଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ର ୨/୩ ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍‌ (ଓଡି୦୨ ଭି ୩୮୮୦)କୁ ମଧ୍ୟ ଏସଟିଏଫ୍‌ ଟିମ୍‌ ଜବତ କରିଛି। ତେବେ ଆହତମାନଙ୍କୁ ତୁରନ୍ତ ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ବର ନେଇ ପଳାଇ ଯାଇଥିବାରୁ ଆହତମାନଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳି ନାହିଁ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ସନ୍ଦୀପ ପ୍ରଧାନ ନାମରେ ବେଆଇନ୍ ଖଣି କାରବାର ନେଇ ଅଭିଯୋଗ ଥିଲା। ତାଙ୍କ ଗତିବିଧି ଉପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଟିମ୍‌ ନଜର ରଖିଥିଲେ। ତେବେ ଆଜି ବିଳମ୍ବିତ ସନ୍ଧ୍ୟାରେ ସନ୍ଦୀପ ତାଙ୍କର ସହଯୋଗୀ ମନୋରଞ୍ଜନ ସାହୁ ଓ ଅନ୍ୟ କେତେକଙ୍କ ସହିତ ଖୋର୍ଦ୍ଧା ସହରର ଟିଏଲ୍‌ସି ରୋଡ୍‌ ଅଞ୍ଚଳରେ ଥିବା ନେଇ କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆଲୋକ ଜେନାଙ୍କ ନେତୃତ୍ବରେ ଏସ୍‌ଟିଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସକୁ ଦେଖି ଏହି ଗୋଷ୍ଠୀ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନେ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଠା କରିବାରୁ ପୁଲିସ ଗୁଳି ଚଳାଇଥିଲା। ଏଥିରେ ଜଣେ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ସେହିପରି ଏହି ଘଟଣାରେ ଏସ୍‌ଟିଏଫ ଟିମ୍‌ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe