ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଏନ୍‌କାଉଣ୍ଟର: ଯବାନଙ୍କ ଗୁଳିରେ ୩ ନକ୍ସଲ ନିହତ

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଇନ୍ଦାଗାଓ ଥାନା ଅଧୀନ ପଣ୍ଡାସର ଓ ନାଗେଶ ଜଙ୍ଗଲ ମଧ୍ୟରେ ଥିବା ସର୍ଣ୍ଣାମାଳରେ ସୁରକ୍ଷା ବାହିନୀ ଗୁଳିରେ ଶୁକ୍ରବାର ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ସିଆର୍‌ପିଏଫ୍‌ ଯବାନଙ୍କ ସହିତ ଓଡ଼ିଶା ପୁଲିସ ଓ ଛତିଶଗଡ଼ ପୁଲିସର...

naxal encounter

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଇନ୍ଦାଗାଓ ଥାନା ଅଧୀନ ପଣ୍ଡାସର ଓ ନାଗେଶ ଜଙ୍ଗଲ ମଧ୍ୟରେ ଥିବା ସର୍ଣ୍ଣାମାଳରେ ସୁରକ୍ଷା ବାହିନୀ ଗୁଳିରେ ଶୁକ୍ରବାର ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ସିଆର୍‌ପିଏଫ୍‌ ଯବାନଙ୍କ ସହିତ ଓଡ଼ିଶା ପୁଲିସ ଓ ଛତିଶଗଡ଼ ପୁଲିସର ମିଳିତ ଉଦ୍ୟମରେ ହୋଇଥିବା ଅପରେସନ୍‌ରେ ଏହି ସଫଳତା ମିଳିଛି। ସୂଚନା ଅନୁସାରେ, ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଗୋଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର ଯବାନମାନେ ଖବର ପାଇ ଗୁରୁବାର ମଧ୍ୟରାତ୍ରିରୁ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌)କୁ ଓଡ଼ିଶାର ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ ଛତିଶଗଡ଼ ସ୍ପେସାଲ ଫୋର୍ସ ସହଯୋଗ କରିଥିଲେ। ଶୁକ୍ରବାର ପୂର୍ବାହ୍ଣ ୧୧ଟାରେ ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ୫ଟି ମାରଣାସ୍ତ୍ର ସହ ମାଓବାଦୀ ସାମଗ୍ରୀ ଜବତ ହୋଇଛି। 

ଏହି ଅପରେସନ୍‌ରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ଥିଲେ। ୫ଟି ଏସ୍‌ଓଜି ଟିମ୍‌, ଛତିଶଗଡ଼ ଇ-୩୦ର ୪ଟି ଟିମ୍‌ ଓ ସିଆରପିଏଫ୍‌ ବାଟାଲିଅନ୍‌-୬୫ର ୩ଟି ଟିମ୍‌ ସାମିଲ ଥିଲେ। ଛତିଶଗଡ଼ର ଇନ୍ଦାଗାଓ ଥାନା ଅଧୀନ ପଣ୍ଡାସର ଓ ନାଗେଶ ଜଙ୍ଗଲ ମଧ୍ୟରେ ଥିବା ସର୍ଣ୍ଣାମାଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଯାହାକି ନୂଆପଡ଼ା ସୀମାରୁ ମାତ୍ର ୮କିମି ଦୂରରେ ରହିଛି। ଓଡ଼ିଶା ଓ ଛତିଶଗଡ଼ ଯବାନମାନଙ୍କ ଦ୍ବାରା ସର୍ଚ ଅପରେସନ୍‌ ଜାରି ରହିଛି ବୋଲି ନୂଆପଡ଼ା ଏସ୍‌ପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ସେହିପରି ଗରିଆବନ୍ଧ ଏସ୍‌ପି ନିଖିଲ ଅଶୋକ କୁମାର କହିଛନ୍ତି ଯେ, ଏହି ଅପରେସନରେ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଅପରପକ୍ଷରେ ଓଡ଼ିଶା ପୁଲିସ ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତ୍ତିରେ ଜଣେ ନକ୍ସଲର ଶବ ମିଳିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe