ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ। ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।
ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିବା କୁହାଯାଉଛି। ଇନସାସ୍ ବନ୍ଧୁକ ଓ ରାଏଫଲ ଜବତ ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ରଥଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ
ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଡ ଡିଭିଜନର ବଡ କ୍ଯାଡରଙ୍କ ଉପସ୍ଥିତି ନେଇ ସୂଚନା ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା।
ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିବା ବେଳେ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ନାରାୟଣପୁର ଓ କୋଣ୍ଡାଗାଓଁ ଡିଆରଜି ଓ ଏସଟିଏଫ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି। ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
#WATCH | Chhattisgarh | Bastar IG P. Sundarraj says, "Just as security forces achieved success in anti-Naxal operations last month, operations are continuing in the same manner during the monsoon. On June 25, a team of STF-DRG set out for an operation in Abujhmad, Narayanpur… pic.twitter.com/btQW2CdRys
— ANI (@ANI) June 26, 2025
ଏ ସମ୍ପର୍କରେ ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, ‘ସୁରକ୍ଷା ବାହିନୀ ଗତ ମାସରେ ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ହାସଲ କରିଥିଲେ। ଏବେ ବର୍ଷା ଋତୁରେ ମଧ୍ୟ ଅପରେସନ ଜାରି ରହିଛି। ଜୁନ୍ ୨୫ ତାରିଖରେ, ଏସଟିଏଫ-ଡିଆରଜିର ଏକ ଦଳ ନାରାୟଣପୁର ଜିଲ୍ଲାର ଆବୁଝମାଡରେ ଏକ ସର୍ଚ୍ଚ ଅପରେସନ୍ ପାଇଁ ବାହାରିଥିଲେ, ଏହି ସମୟରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମୁହାମୁହାଁ ହୋଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ସମୟରେ, ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ପାଖରୁ ଗୋଟିଏ ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୧୫ ରାଇଫଲ୍ ଜବତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।’
ଅଧିକ ପଢ଼ନ୍ତୁ: ରିଲ୍ସ କରୁ କରୁ ୧୩ତମ ମହଲାରୁ ପଡ଼ି ଗଲା ଯୁବତୀଙ୍କ ଜୀବନ
Malkangiri | Naxal | Crime